ଭାସିଗଲେ ୧୧ ଛାତ୍ରଛାତ୍ରୀ; ୬ ମୃତ

ଜାକର୍ତ୍ତା: ବନ୍ୟାରେ ଭାସିଗଲେ ୧୧ ଛାତ୍ରଛାତ୍ରୀ। ଇଣ୍ଡୋନେସିଆ ଜାଭା ଦ୍ବୀପ ସେମ୍ପୋର ନଦୀରେ ଅଚାନକ ବନ୍ୟା ଆସିବାରୁ ଭାସିଗଲେ ଛାତ୍ରଛାତ୍ରୀ ଓ ଶିକ୍ଷକ। ଫଳରେ ପ୍ରାୟ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଇଣ୍ଡୋନେସିଆରେ ମାଟି ଅତଡା ଧସିବା ଏବଂ ଅଚାନକ ବନ୍ୟା ଦେଖାଦେଇଛି
ସୂଚନାଯୋଗ୍ୟ ଯେ, ଜାକର୍ତ୍ତା ସ୍ଲେମାନ ଜିଲ୍ଲାରେ ୨୫୦ଜଣ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସ୍କାଉଟିଂ କାର୍ଯ୍ୟକ୍ରମ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ଥିବା ସେନାମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସ୍ଥାନୀୟ ସାମରିକ ମୁଖ୍ୟ ଲେଫ୍ଟନାଣ୍ଟ କଲୋନେଲ ଡାଏଣ୍ଟୋର କହିଛନ୍ତି ଯେ, ଘଟଣାସ୍ଥଳରୁ ୬ଟି ମୃତଦେହ ଉଦ୍ଧାର କରାଯାଇଛି। ୨୩୯ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ଜଣ ଆହାତ ଅଛନ୍ତି।