Odisha Link
Bridging the Missing Links in Odisha

ବାଜି ମାରିଲେ ହ୍ରିତିକ୍‌

ମୁମ୍ବାଇ : ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍‌କେ ଇଣ୍ଟରନ୍ୟାଶ୍‌ନାଲ୍‌ ସିନେମା ଫେଷ୍ଟିଭାଲ୍‌ ଆୱାର୍ଡସ୍‌- ୨୦୨୦’ କାର୍ଯ୍ୟକ୍ରମ। ଏଥିରେ ବାଜି ମାରିଛି ହ୍ରିତିକ୍‌ ରୋଶନ୍‌ଙ୍କ ସିନେମା ’ସୁପର ୩୦’।

ଏହି ସିନେମାକୁ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ କରାଯାଇଥିବା ବେଳେ ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ଏଥିସହ ଏଥିରେ ଦିବ୍ୟଙ୍କା ତ୍ରିପାଠୀଙ୍କୁ ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଆଉ କେଉଁମାନେ କେଉଁ ବର୍ଗରେ ଏହି ପୁରସ୍କାର ପାଇଛନ୍ତି, ଦେଖି ନିଅନ୍ତୁ ।

ଶ୍ରେଷ୍ଠ ଗାୟିକା: ତୁଳସୀ କୁମାର୍
ଶ୍ରେଷ୍ଠ ଟେଲି ଅଭିନେତା: ଧୀରଜ ଧୂପର୍ (କୁଣ୍ଡଲି ଭାଗ୍ୟ)
ଶ୍ରେଷ୍ଠ ଗାୟକ: ଅର୍‌ମାନ ମଲ୍ଲିକ
ମୋଷ୍ଟ ପ୍ରୋମିସିଂ ଆକ୍ଟର: କିଚ୍ଚା ସୁଦୀପ୍
ଶ୍ରେଷ୍ଠ ଟେଲି ଅଭିନେତ୍ରୀ: ଦିବ୍ୟଙ୍କା ତ୍ରିପାଠୀ (ୟେ ହୈ ମୋହବତେଁ)
ଡିକେଡ୍‌ ଷ୍ଟାର୍‌ ୨୦୨୦: ଅନୁପମ ଖେର୍
ଶ୍ରେଷ୍ଠ ୱେବସିରିଜ୍ ଅଭିନେତ୍ରୀ: ଦିଆ ମିର୍ଜା
ଶ୍ରେଷ୍ଠ ଡିଜିଟାଲ୍‌ ଫିଲ୍ମ: ୟୋର୍ସ ଟ୍ରୁଲି
ଶ୍ରେଷ୍ଠ ଟେଲିଭିଜନ୍‌ ଧାରାବାହିକ: କୁମ୍‌କୁମ୍‌ ଭାଗ୍ୟ
ଶ୍ରେଷ୍ଠ ରିଆଲିଟି ଶୋ’: ବିଗ୍‌ ବସ୍‌ ୧୩
ଶ୍ରେଷ୍ଠ ଟେଲିଭିଜନ୍‌ ଯୋଡ଼ି: ଶ୍ରୁତି ଝା ଓ ଶବୀର ଆଲୁୱାଲିଆ

Comments are closed.