Odisha Link
Bridging the Missing Links in Odisha

ମହିଳା ଟି-୨୦ ବିଶ୍ବକପ୍: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଲଢ଼େଇ

ପର୍ଥ: ଆଜି ଭାରତୀୟ ମହିଳା ଦଳ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚ ଖେଳିବ। ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍ ଜିତି ଭାରତ ତା’ର ବିଜୟ ଅଭିଯାନ ଜାରି ରଖିବାକୁ ପ୍ରୟାସ କରିବ। ଅନ୍ୟପଟେ ବାଲାଂଦେଶ ବିଶ୍ବକପରେ ତାର ପ୍ରଥମ ମ୍ୟାଚ ଖେଳିବ। ସ୍ପିନର ପୁନମ ଯାଦବଙ୍କ ଦମରେ ଭାରତ ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ହରାଇ ସମସ୍ତଙ୍କୁ ଚକିତ କରିଦେଇଥିଲା।

ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚରେ ଭାରତ ତିନୋଟି ଏବଂ ବାଂଲାଦେଶ ଦୁଇଟିରେ ବିଜୟୀ ହୋଇଛି। ଯଦି ଭାରତ ସୋମବାର ବିଜୟ ହାସଲ କରେ, ତାହେଲେ ଟିମ୍ ନକଆଉଟ୍ ନିକଟତର ପହଞ୍ଚିଯିବ। ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍ ଖେଳିବ ଏବଂ ଦଳ ବିଜୟ ସହ ଶୁଭାରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟ୍‌ ସମୟରେ ମ୍ୟାଚ ଖେଳା ଯିବ।

ଭାରତ:  ହରମନପ୍ରୀତ କୌର୍ (କ୍ୟାପଟେନ୍‌), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତୀ, ପୂଜା ବସ୍ତ୍ରାକର, ପୁନମ ଯାଦବ, ରାଧା ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ତାନିଆ ଭାଟିଆ (ୱିକେଟକିପର), ହର୍ଲୀନ୍ ଦେଓଲ, ରାଜେଶ୍ୱରୀ ଗାଏକ୍ୱାଡ୍‌, ରିଚା ଘୋଷ।

ବାଂଲାଦେଶ: ସଲମା ଖାତୁନ୍ (କ୍ୟାପଟେନ୍‌), ରୁମାନା ଅହମ୍ମଦ, ଆୟେଶା ରେହମାନ୍‌, ଫାହିମା ଖାତୁନ୍‌, ଫର୍ଗାନା ହକ୍‌, ଜାହାନାରା ଆଲମ୍‌, ଖାଦିଜା ତୁଲ୍ କୁବ୍ରା, ଶୋଭାନା ମୋସ୍ତାରୀ, ମୁର୍ଶିଦା ଖାତୁନ୍‌, ନାହିଦା ଅଖତର, ନିଗାର ସୁଲତାନା (ୱିକେଟକିପର), ପାନ୍ନା ଘୋଷ, ରିତୁ ମୋନି, ସଞ୍ଜିଦା ଇସଲାମ୍‌, ଶାମିମା ସୁଲତାନା।

Comments are closed.