Odisha Link
Bridging the Missing Links in Odisha

ଅହମଦାବାଦରେ ଟ୍ରମ୍ପ୍‌ଙ୍କୁ ଭବ୍ୟ ସ୍ବାଗତ

ଅହମ୍ମଦାବାଦ: ଗୁଜୁରାଟ ଅହମଦାବାଦରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ସ୍ବତନ୍ତ୍ର ବିମାନ ‘ଏୟାରଫୋର୍ସ ଓ୍ବାନ୍’ରେ ଅହମଦାବାଦ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କୁ ଅହମ୍ମଦାବାଦ ବିମାନବନ୍ଦରରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସମେତ ବରିଷ୍ଠ ଅଧିକାରୀମାନେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି। ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଛି। ରାଷ୍ଟ୍ରପତିଙ୍କ ସ୍ବାଗତ ସମୟରେ ଗୁଜୁରାଟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି।

ଟ୍ରମ୍ପ୍‌ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ ଜ୍ୱାଇଁ ଜାର୍ଡ କୁସ୍‌ନର୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାବିନେଟର୍‌ କେତେକ ବରିଷ୍ଠ ସଦସ୍ୟ ମଧ୍ୟ ଆସିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିମାନବନ୍ଦରରେ ସ୍ବାଗତ ପରେ ଟମ୍ପ୍‌ ସାବରମତୀ ଆଶ୍ରମ ଗସ୍ତରେ ବହାରି ଯାଇଛନ୍ତି। ସାବରମତୀ ଆଶ୍ରମ ଯିବା ରାସ୍ତାରେ ଶହ ଶହ ଲୋକ ଉପସ୍ଥିତ ରହି ଟ୍ରମ୍ପ୍‌ଙ୍କୁ ସ୍ବାଗତ ଜଣାଉଛନ୍ତି।

Comments are closed.