Odisha Link
Bridging the Missing Links in Odisha

ଡିଜିଟାଲ୍‌ ରେ ଡେବ୍ୟୁ କରିବେ କରିସ୍ମା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଏକ ଡିଜିଟାଲ୍‌ ଡେବ୍ୟୁରେ ନଜର ଆସୁଛନ୍ତି । ତେବେ ସେ ଟେଲିଭିଜନ ସିରିୟଲ କୁଇନ ଏକତା କପୁରଙ୍କ ନୂଆ ୱେବ୍‌ସିରିଜ୍‌ ‘ମେଣ୍ଚାଲ୍‌ହୁଡ୍‌’ ରେ ନଜର ଆସିବେ ଏହି ସିରିଜ୍‌ଟି ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। କରିସ୍ମା ଏଥିରେ ମା ଭୂମିକାରେ ନଜର ଆସିବେ ।

ଏକ୍‌ତା ଇନ୍‌ଷ୍ଟାଗ୍ରାମରେ ‘ମେଣ୍ଟାଲହୁଡ୍‌’ର ଟିଜର୍‌ ଶେଆର୍ କରିଛନ୍ତି। ଟିଜର୍ ଦେଖି ଜଣାପଡ଼ୁଛି ଯେ ଏହାର କାହାଣୀ ଭିନ୍ନ ଭିନ୍ନ ମହିଳାଙ୍କ ଉପରେ ଆଧାରିତ, ଯେଉଁମାନେ ମାଆ ହେବା ପରେ ଭୋଗୁଥିବା ସମସ୍ୟାରୁ ଚିନ୍ତାରେ ଅଛନ୍ତି। କରିସ୍ମା ଏଥିରେ ମୀରା ଶର୍ମାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ କି ନିଜ ପିଲାର ଲାଳନ ପାଳନରେ ବ୍ୟସ୍ତ ରୁହନ୍ତି ।

https://www.instagram.com/p/B83AYVagMqj/

ଏହି ୱେବ୍‌ସିରିଜ୍‌କୁ କରିସ୍ମା କୋହଲି ନିର୍ଦ୍ଦେଶନା ଦେଇଥିବାବେଳେ ରୁପାଲି ଗୋହା ଓ ଏକ୍‌ତାଙ୍କ ସହ ମିଶି ଏହାର ପ୍ରଯୋଜନା କରିଛନ୍ତି। କରିସ୍ମାଙ୍କ ବ୍ୟତୀତ ଏଥିରେ ବଲିଉଡ୍‌ ଅଭିନେତା ଡିନୋ ମୋରିଆ ମଧ୍ୟ ଡିଜିଟାଲ୍‌ ଡେବ୍ୟୁ କରୁଛନ୍ତି। ତେବେ ଏମାନଙ୍କ ବ୍ୟତୀତ ସିରିଜ୍‌ରେ ସଞ୍ଜୟ ସୁରୀ, ସନ୍ଧ୍ୟା ମୃଦୁଲ୍, ଶିଳ୍ପା ଶୁକ୍ଳା, ଶୃତି ଶେଠ୍ ଓ ତିଳୋତମା ଶୋମ୍ ଏହି ସିରିଜ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।