Odisha Link
Bridging the Missing Links in Odisha

ଦୁଇ ବାଇକ୍‌ ମୁହାଁମୁହିଁ ; ୩ ମୃତ

କଳାହାଣ୍ଡି : ଗତକାଲି ବିଳମ୍ୱିତ ରାତିରେ କଳାହାଣ୍ଡି ରାମପୁର ଥାନା ଅନ୍ତର୍ଗତ ତୁଜୁଙ୍ଗ ରାସ୍ତାରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ଅଛନ୍ତି। ମୃତକ ମାନେ ହେଲେ ସନ୍ତୋଷ ଡାକୁଆ, ପ୍ରସନ୍ନ ମାଝୀ ଓ ଆକାଶ ମାଝୀ। ସନ୍ତୋଷଙ୍କ ଘର କଲେଜପଡ଼ାରେ, ପ୍ରସନ୍ନଙ୍କ ଘର ରାଣୀପଟାରେ ଏବଂ ଆକାଶଙ୍କ ଘର ସାଲେପଡ଼ାରେ ବୋଲି ଜଣାପଡ଼ିଛି।

ଗତକାଲି ଏହି ଦୁର୍ଘଟଣା ଘଟିଥିଲା। ଦୁଇଟି ବାଇକ୍‌ରେ ସନ୍ତୋଷ ଡାକୁଆ, ପ୍ରସନ୍ନ ମାଝୀ ଓ ଆକାଶ ମାଝୀ ନିଜ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ପ୍ରସନ୍ନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତେବେ ଡାକ୍ତରଖାନା ନେବା ବାଟରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆକାଶଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣେ ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.