Odisha Link
Bridging the Missing Links in Odisha

ହଷ୍ଟେଲ୍‌ ଖାଇବା ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ ଜଣ ଅନ୍ତେବାସିନୀ ରାତିରେ ହଷ୍ଟେଲ୍‌ ଖାଇବା ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୯ ଜଣ ଛାତ୍ରୀଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଦଶମ ଶ୍ରେଣୀର ମଧ୍ୟ ଛାତ୍ରୀ ଅଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ୫ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ ହଷ୍ଟେଲ ପଠାଇ ଦିଆ ଯାଇଛି। ହଷ୍ଟେଲରେ ପାଣି ସମସ୍ୟା ଲାଗି ରହିଥିବାରୁ ଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣେ ଶିକ୍ଷୟିତ୍ରୀ କହିଛନ୍ତି। ଏହି ସ୍କୁଲର ହଷ୍ଟେଲରେ ୩୮୫ ଜଣ ଛାତ୍ରୀ ରହିଛନ୍ତି।

Comments are closed.