Odisha Link
Bridging the Missing Links in Odisha

ବିଚାରପତି ବଦଳି ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ, ଆଇନ୍‌ ମନ୍ତ୍ରୀ କହିଲେ ଫେବୃଆରୀ…..

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟଳୟର ବିଚାରପତି ଏସ୍‌ ମୁରଲୀଧରଙ୍କ ବଦଳିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଚାରପତିଙ୍କ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁ ପରିସ୍ଥିତି ଦେଖା ଯାଉଛି। ଏହି ସମୟରେ ବିଚାରପତିଙ୍କ ବଦଳି ନିଷ୍ପତ୍ତି ଚକିତ କରିଛି। ଅନ୍ୟପଟେ ରାହୁଲ ଗାନ୍ଧୀ ଟୁଇଟ କରି ଜଷ୍ଟିସ୍‌ ଲୋୟାକୁ ମନେ ପକାଇଛନ୍ତି।

ଅପରପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ପାର୍ଟି ପୁଣିଥରେ ଦର୍ଶାଇଛି ଯେ ସେ କେତେ ନ୍ୟାୟପାଳିକାକୁ ସମ୍ମାନ ଦିଅନ୍ତି। ବିଚାରପତି ଏସ୍‌ ମୂରଲୀଧରଙ୍କ ବଦଳି ନିଷ୍ପତ୍ତି ଫେବୃଆରୀ ୧୨ ତାରିଖରୁ ନିଆଯାଇଛି।

ରବି ଶଙ୍କର ଆହୁରି କହିଛନ୍ତି ଯେ, ଏଭଳି ଅଭିଯୋଗ ଆଣି କଂଗ୍ରେସ ପାର୍ଟି ପୁଣିଥରେ ଦର୍ଶାଇଛି ଯେ ସେ କେତେ ନ୍ୟାୟପାଳିକାକୁ ସମ୍ମାନ ଦିଅନ୍ତି। ଭାରତୀୟ ଲୋକ କଂଗ୍ରେସକୁ କଡ଼ା ଜବାବ ଦେଲେ। ଯାହା ଫଳରେ ବାରମ୍ବାର ସମ୍ବିଧାନିକ ସଂସ୍ଥା ଉପରେ ଆରୋପ ଆଣୁଛି କଂଗ୍ରେସ।

Comments are closed.