Odisha Link
Bridging the Missing Links in Odisha

ଲାଞ୍ଚ ନେଇ ଫସିଲେ ପ୍ରଧାନ ଶିକ୍ଷୟତ୍ରୀ

ବାଙ୍କି: ଲାଞ୍ଚ ନେଇ ଫସିଲେ ପ୍ରଧାନ ଶିକ୍ଷୟତ୍ରୀ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଗଣି ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥୀ। ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭିଜିଲାନ୍ସ ଧରିଛି।

ସୂଚନା ମୁତାବକ, ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଖୋର୍ଦ୍ଧା ଭିଜିଲାନ୍ସ ପକ୍ଷରୁ ରଶ୍ମୀପ୍ରଭାଙ୍କ ବାଙ୍କି ସ୍ଥିତ ବାସଭବନରେ ଚଢାଉ କରାଯାଇଛି।

Comments are closed.