Odisha Link
Bridging the Missing Links in Odisha

ଆଜି ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଭୁବନେଶ୍ବରରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍‍ କାଉନ୍‍ସିଲ୍‍ ବୈଠକରେ ମଧ୍ୟ ସେ ଯୋଗଦେବେ।

ଓଡିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା ଶ୍ରୀମନ୍ଦିରରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ ମମତା। ଓଡିଶା ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କ ସୁଖ ସମୃଦ୍ଧି କାମନା କରିବା ସହ ଜଗନ୍ନାଥଙ୍କ ଦର୍ଶନ କରି ବେଶ୍ ଖୁସି ବୋଲି ମମତା କହିଥିଲେ।

Comments are closed.