Odisha Link
Bridging the Missing Links in Odisha

ଓଡ଼ିଶାରେ ଆଉ ଏକ କିଡ଼ନୀ ପ୍ରତିରୋପଣ ସଫଳ

ଭୁବନେଶ୍ବର : ଗତକାଲି ଓଡ଼ିଶାରେ ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ ସଫଳ ହୋଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ସୁଚିତ୍ରାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ପରିବାର ଲୋକେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ।ଫଳରେ ସୁଚିତ୍ରାଙ୍କ ଶରୀରରରୁ କିଡନୀ ବାହାର କରାଯାଇ ଅନ୍ୟ ୨ ଜଣ ରୋଗୀଙ୍କ ଶରୀରରେ କିଡନୀ ପ୍ରତିରୋପଣ କରାଯାଇଛି।

ସୂଚନା ମୁତାବକ, ସୁଚିତ୍ରା ଦାସଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସୁଚିତ୍ରାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ତାଙ୍କର ଅଙ୍ଗଗୁଡ଼ିକ ଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ପରିବାର ଲୋକେ ଅଙ୍ଗଦାନ ଲାଗି ସ୍ୱୀକୃତି ଦେବା ପରେ କିଡନୀ ସମସ୍ୟା ଜନିତ ରୋଗରେ ସଂଘର୍ଷ କରୁଥିବା ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀରରେ ଏହାକୁ ପ୍ରତିରୋପଣ କରାଯାଇଛି। ଗୋଟିଏ କିଡନୀ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଦ୍ୱିତୀୟ କିଡ଼ନୀଟି ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। କିଛି ଦିନତଳେ ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ରଙ୍କ ସଡ଼କ ଦୁର୍ଘଟଣାରେ ବ୍ରେନ୍‌ ଡେଡ ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କ କିଡ଼ନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ତୁରନ୍ତ ପ୍ରିୟଙ୍କାଙ୍କ ୨ଟି କିଡ଼ନୀ କଢ଼ାଯାଇ ୨ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

Comments are closed.