Odisha Link
Bridging the Missing Links in Odisha

ମହିଳା ଟି-୨୦ ବିଶ୍ବକପ୍: ହ୍ୟାଟ୍ରିକ୍‌ ବିଜୟ ସହ ସେମିରେ ଟିମ୍‌ ଇଣ୍ଡିଆ

ମେଲବର୍ଣ୍ଣ: ଭାରତୀୟ ମହିଳା ଦଳ ଆଜି ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ୩ ରନରେ ପରାସ୍ତ କରିଛି। ଏଥିସହିତ ବିଶ୍ବକପରେ ଟିମ୍‌ ଇଣ୍ଡିଆର ହ୍ୟାଟ୍ରିକ୍‌ ବିଜୟ। ଏହି ବିଜୟ ଫଳରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଟିମ୍‌ ଇଣ୍ଡିଆ ୪ର୍ଥ ପାଇଁ ବିଶ୍ବକପ୍‌ ସେମିଫାଇନାଲରେ ପ୍ରବେଶ କରିଛି।

୧୬ ବର୍ଷୀୟ ଶଫାଳୀ ବର୍ମାଙ୍କୁ ୪୬ ରନ୍‌ ଓ ବୋଲରଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଛି ନ୍ୟୁଜିଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ ୧୩୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ଆଗରେ ୨୦ ଓଭରରେ ୧୩୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଟିମ୍‌ ଇଣ୍ଡିଆ। ହେଲେ ନ୍ୟୁଜିଲାଣ୍ଡ ଟିମ୍‌ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ମୋଟ ୧୩୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ବିଶ୍ବକପ୍‌ରେ ତାର ହ୍ୟାଟ୍ରିକ୍‌ ବିଜୟ ଲାଭ କରିଛି।

ଚଳିତ ବିଶ୍ବକପରେ ଟିମ୍‌ ଇଣ୍ଡିଆ ପ୍ରଥମେ ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଆଜି ନ୍ୟୁଜିଲାଣ୍ଡକୁ ହରାଇ ଅପରାଜେୟ ଧାରା ଜାରି ରଖିଛି।

Comments are closed.