Odisha Link
Bridging the Missing Links in Odisha

ଟ୍ରକ ଧକ୍କାରେ ଦମ୍ପତି ମୃତ

ବ୍ରହ୍ମପୁର : ଟ୍ରକ ଧକ୍କାରେ ଦମ୍ପତି ମୃତ। ଆନ୍ଧ୍ରପ୍ରଦେଶର କୁଲାମ ଓ ଭେସି ଗାଁ ନିକଟରେ ଟ୍ରକ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି। ଉକ୍ତ ଦମ୍ପତି ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୁଣ୍ଡା ଗାଁର ବୋଲି ଜଣାପଡ଼ିଛି। ଭଗବାନ ଓ ଭାରତୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଲୁନାରେ ଆନ୍ଧ୍ରପ୍ରଦେଶର ଭେସି ଗାଁକୁ ଯାଉଥିଲେ। ଏହି ସମୟରେ କୁଲାମ ଓ ଭେସି ଗାଁ ନିକଟରେ ସେମାନେ ରାସ୍ତା ପାର ହେଉଥିବା ବେଳେ ସେମାନଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

Comments are closed.