Odisha Link
Bridging the Missing Links in Odisha

ଏସଏନ ଶ୍ରୀବାସ୍ତବ ହେବେ ଦିଲ୍ଲୀର ନୂଆ ପୋଲିସ୍‌ କମିଶନର

ନୂଆଦିଲ୍ଲୀ: ୧୯୮୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏସଏନ୍‌ ଶ୍ରୀବାସ୍ତବ ହେବେ ଦିଲ୍ଲୀର ନୂଆ ପୋଲିସ୍‌ କମିଶନର। ଏସଏନ୍‌ ଶ୍ରୀବାସ୍ତବ ମାର୍ଚ୍ଚ ୧ରେ ଦାୟିତ୍ବ ଗ୍ରହଣ କରିବେ। ଦିଲ୍ଲୀ ହିଂସା ସମୟରେ ଶ୍ରୀ ଶ୍ରୀବାସ୍ତବଙ୍କୁ ଦିଲ୍ଲୀରେ ସ୍ବତନ୍ତ୍ର ପୋଲିସ୍‌ କମିଶନର(ଲ ଆଣ୍ଡ ଅର୍ଡର) ପଦ ସମ୍ଭାଳିଛନ୍ତି। ଏହାପୂର୍ବରୁ ସେ ସିଆରପିଏଫ୍‌ ଦିଲ୍ଲୀ ମୁଖ୍ୟାଳୟର ଡିଜି ପଦରେ ଥିଲେ।

ଦିଲ୍ଲୀ ପୋଲିସର ବର୍ତ୍ତମାନ ପୋଲିସ୍‌ କମିଶନର ଅମୁଲ୍ୟ ପଟ୍ଟନାୟକ ଫେବୃଆରୀ ୨୯ ତାରିଖରେ ଚାକିରିରୁ ଅବସର ନେବେ। ଦିଲ୍ଲୀ ବିଧାନସଭାକୁ ନଜରରେ ରଖି ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକାଳ ୧ମାସ ବୃଦ୍ଧି କରାଯାଇଥିଲା।

Comments are closed.