ଜ୍ବର ଓ ଝାଡାବାନ୍ତି ଆତଙ୍କ; ଜଣେ ମୃତ, ୩୦ ଅସୁସ୍ଥ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଟାଙ୍ଗନାକଣା ଗାଁରେ ଜ୍ବର ଓ ଝାଡାବାନ୍ତି ଆତଙ୍କ। ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଅସୁସ୍ଥ ହୋଇଛନ୍ତି। ଗତ ଦୁଇ ସପ୍ତାହ ହେବ କ୍ରମଶଃ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ଗାଁରେ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଅଛନ୍ତି।
ଲାଞିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଟଙ୍ଗନାକଣା ଗାଁରେ ଛୋଟଠାରୁ ବଡ ପ୍ରାୟ ୩୦ ଜଣ ପତଳା ଝାଡା ତଥା ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୫୫ ବର୍ଷ ବୟସ୍କ ସୋମବାର ମାଝୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରାନ୍ତ ୩୦ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଝାଡା ଓ ଜ୍ବର ଖବର ପାଇଁ ଆଶା ଦିଦି ଏଏନଏମଠାରୁ ଔଷଧ ନେଇ ବଣ୍ଟନ କରିଥିଲେ ବି ଏଏନଏମ ଗାଁକୁ ଆସି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ଦୁଇ ସପ୍ତାହ ହେବ କ୍ରମଶଃ ଆକ୍ରାନ୍ତ ସଂଖ୍ୟା ବଢିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଆଜି ଖବର ପାଇ ଲାଞ୍ଜିଗଡ ସ୍ବାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚି ଓଆରଏସ ପ୍ୟାକେଟ ତଥା ଔଷଧ ବଣ୍ଟନ କରିଛନ୍ତି। ଝାଡା କ୍ବର ବ୍ୟାପିବାର କାରଣ ଜଣାପଡିନାହିଁ।
Comments are closed.