Odisha Link
Bridging the Missing Links in Odisha

ବିଏମ୍‌ସି ଗାଡ଼ିକୁ ୩୨ ହାଜର ତଣ୍ଡ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମର ୨ଟି ଅଳିଆ ବୁହା ଡମ୍ପର ଗାଡ଼ି ପଡ଼ିଛି ପରିବହନ ବିଭାଗ ହାବୁଡ଼ରେ। ଏହି ୨ଟି ଗାଡ଼ିକୁ  ୩୨ ହଜାର ୫୦୦ ଟଙ୍କା ଜରିମାନା କରିଛି ପରିବହନ ବିଭାଗ। ଗୋଟିଏ ଗାଡ଼ିକୁ ୨୨ ହଜାର ଟଙ୍କା ଜରିମାନା କରାଯାଇଥିବାବେଳେ, ଅନ୍ୟଟିକୁ ୧୦, ୫୦୦ ଟଙ୍କା ଜରିମାନା କରାଯାଇଛି।

ପରମିଟ୍, ପଲ୍ୟୁସନ୍‌ ଓ ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବାରୁ ଗୋଟିଏ ଗାଡ଼ିକୁ ୨୨ ହଜାର , ପଲ୍ୟୁସନ୍‌ ଓ ସାଧାରଣ ଅପରାଧ ପାଇଁ ଅନ୍ୟଟିକୁ ୧୦ ହଜାର ୫ଶହ ଟଙ୍କା ଜରମାନା ହୋଇଛି। ବିଏମ୍‌ସିର ଏହି ୨ଟି ଅଳିଆ ବୁହା ଡମ୍ପରକୁ ଆରଟିଓ ସ୍କ୍ୱାଡ୍ ଭୁବନେଶ୍ୱର ରଘୁନାଥପୁର ପୋଲ ଉପରେ ଧରିଥିଲେ।

Comments are closed.