Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସା: ଗିରଫ ହେଲା ମହମ୍ମଦ ଶାହାରୁଖ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡ ସମୟରେ ପୁଲିସ ଉପରକୁ ଗୁଳି ଚଳାଇଥିବା ଶାହାରୁଖଙ୍କୁ ଶେଷରେ ଗିରଫ କରାଯାଇଛି। ୯ଦିନର ଲୁଚକାଳି ଖେଳ ପରେ ଅଭିଯୁକ୍ତକୁ ଧରିଛି ପୋଲିସ୍। ଦିଲ୍ଲୀର କ୍ରାଇମବ୍ରାଞ୍ଚ ଟିମ୍ ଉତ୍ତରପ୍ରଶେର ସାମଲିରୁ ମହମ୍ମଦ ଶାହାରୁଖକୁ ଗିରଫ କରିଛି। ଶାହାରୁଖକୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ତାଙ୍କୁ ସହାୟତା କରିଥିବା ଅନ୍ୟକୁ ଖୋଜୁଛି ତଦନ୍ତକାରୀ ଟିମ୍।

ଫେବୃଆରୀ ୨୪ରେ ଦିଲ୍ଲୀ ହିଂସା ସମୟରେ ଜାଫରାବାଦ ଅଂଚଳରେ ପୁଲିସ ଉପରକୁ ଶାହାରୁଖ ୮ ରାଉଣ୍ଡ ଗୁଳି ଚଳାଇଥିଲା। ହିଂସା ସମୟରେ ଦିଲ୍ଲୀ ପୋଲିସର ହେଡ କନଷ୍ଟେବଳ ଦୀପକ ଦହିଆଙ୍କୁ ଟାର୍ଗେଟ କରିଥିଲା ଶାହାରୁଖ। ଜୀବନକୁ ବିପଦରେ ପକାଇ ଦୀପକ ଶାହାରୁଖକୁ ରୋକିଥିଲେ। ହେଲେ ପଥର ଫୋପାଡ଼ୁଥିବା କିଛି ବ୍ୟକ୍ତି ପଥର ତାକୁ ଘଟଣା ସ୍ଥଳରୁ ଗାୟବ କରିନେଇଥିଲେ। ହିଂସାକାଣ୍ଡ ପର ଠାରୁ ଶାହାରୁଖକୁ ଖୋଜୁଥିଲା ପୋଲିସ୍। ଏହି ଘଟଣା ପରେ ପରିବାର ସହ ଶାହାରୁଖ ଫେରାର ହୋଇଯାଇଥିଲେ।

ଉତ୍ତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡରେ ୪୭ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ଶତାଧିକ ଲୋକେ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡରେ ଜଣେ ପୋଲିସ କନେଷ୍ଟବଳ ଓ ଗୁଇନ୍ଦା ବିଭାଗର ଜଣେ ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ହୋଇଛି। ହିଂସାକାଣ୍ଡର ତଦନ୍ତ ପାଇଁ ୨ଟି ସ୍ବତନ୍ତ୍ର ତଦନ୍ତକାରୀ ଦଳ କ୍ରାଇମବ୍ରାଞ୍ଚ ଗଠନ କରିଛି।

Comments are closed.