Odisha Link
Bridging the Missing Links in Odisha

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ୧ମ ସେମିରେ ଭାରତ-ଇଂଲଣ୍ଡ ଟକ୍କର

ସିଡନୀ: ୨୦୨୦ ଆଇସିସି ମହିଳା ଟି-୨୦ର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଭାରତ ସମେତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ସେମି ଫାନାଲକୁ ଉତୀନ୍ନ ହୋଇଛନ୍ତି। ଲିଗ୍ ପର୍ଯ୍ୟାରେ ସବୁଯାକ ମ୍ୟାଚ୍ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସେମିରେ ଇଂଲଣ୍ଡକୁ ଭେଟିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ।

ପ୍ରଥମ ସେମି ମାର୍ଚ୍ଚ ୫ ତାରିଖରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଏବଂ ଏହି ଦିନ ସମାନ ଗ୍ରାଉଣ୍ଡରେ ଦ୍ୱିତୀୟ ସେମି ମଧ୍ୟ ଅନୁଷ୍ଠିତ ହେବ। ୨୦୧୮ରେ ଆୟୋଜିତ ଟି-୨୦ ବିଶ୍ୱକପରେ ଭାରତର ସାମ୍ନା ଇଂଲଣ୍ଡ ସହ ହୋଇଥିଲା। ଏଥିରେ ଭାରତ ୮ ୱିକେଟରେ ପରାସ୍ତ ହୋଇ ଫାଇନାଲରୁ ବଞ୍ଚିତ ହୋଇଥିଲା।

ଚଳିତ ସଂସ୍କରଣରେ ଭାରତ ଗ୍ରୁପ୍‌-ଏ’ର ଶୀର୍ଷ ସ୍ଥାନରେ ରହି ସେମିରେ ସ୍ଥାନ କବଜା କରିଥିଲା। ସେହିପରି ଇଂଲଣ୍ଡ ଗ୍ରୁପ୍‌-ବି’ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଗ୍ରୁପ୍‌-ଏ’ରେ ଅଷ୍ଟ୍ରେଲିଆ ଏବଂ ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଥିଲା। ସୋମବାର ସେମିଫାଇନାଲିଷ୍ଟଙ୍କ ସ୍ଥାନ ଚୂଡ଼ାନ୍ତ ହୋଇଯାଇଥିଲା। କିନ୍ତୁ ଗ୍ରୁପ୍‌-ବି’ରେ କେଉଁ ଟିମ୍ ଶୀର୍ଷରେ ରହିବ, ଏହାର ନିଷ୍ପତ୍ତି ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ମୁକାବିଲାରେ ଧାର୍ଯ୍ୟ ହୋଇଥାନ୍ତା।

ଭାରତୀୟ ଟିମ୍ ଗ୍ରୁପ୍‌-ଏ’ରେ ସବୁଯାକ ମ୍ୟାଚ୍ ଜିତି ମୋଟ ୮ ପଏଣ୍ଟ ସହ ସେମିରେ ପ୍ରବେଶ କରିଥିଲା। ଅଷ୍ଟ୍ରେଲିଆ ତିନୋଟି ବିଜୟ ସହ ୬ ପଏଣ୍ଟ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ମୋଟ ୭ ପଏଣ୍ଟ ନେଇ ଗ୍ରୁପ୍‌-ବି’ରେ ଟପରେ ପହଞ୍ଚିଥିଲା। ଇଂଲଣ୍ଡର ୬ ପଏଣ୍ଟ ସହ ଦ୍ୱିତୀୟରେ ରହିଥିଲା।

Comments are closed.