ଯୁବ ଆପ୍ ନେତା ଚେୟାରରୁ କାଢ଼ିଦେଲେ ଟାୱେଲ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରାୟ ଅଧିକାଂଶ ସରକାରୀ ଅଫିସ ହେଉ ବା ବେସରକାରୀ ଅଫିସରେ ଟାୱେଲ ପଡ଼ିଥିବା ଚେୟାରରେ ବସିଥାଆନ୍ତି ବଡ଼ ବାବୁ ମାନେ। ଯାହାକି ଏକ ଭିଆଇପି ସଂସ୍କୃତିକୁ ଦର୍ଶାଇଥାଏ। ହେଲେ ଏଭଳି ସଂସ୍କୃତିକୁ ନାପସନ୍ଦ କରିଛନ୍ତି ଆପ ଦଳର ଯୁବ ବିଧାୟକ ରାଘବ ଚଢ଼ା। ଭିଆଇପି ସଂସ୍କୃତିକୁ ଶେଷ କରିବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ ବିଧାୟକ ରାଘବ ଚଢ଼ା ପ୍ରାୟସ କରିଛନ୍ତି। ଏପରିକି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।
୩୧ ବର୍ଷୀୟ ରାଘବ ଚଢ଼ାଙ୍କୁ ଦିଲ୍ଲୀ ସରକାର ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଛି। ଏବେ ସେ ନିଜ ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି। ଆଜି ସେ ଦାୟିତ୍ୱ ନେବା ପାଇଁ ଅଫିସରେ ପହଞ୍ଚିଥିଲେ। ଏଠାରେ ସେ ବସିବାକୁ ଥିବା ଚେୟାରରେ ଲମ୍ବା ଟାୱେଲ ସୁସଜ୍ଜିତ ହୋଇ ପଡ଼ିଥିଲା। ହେଲେ ସେ ଆସନ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଚେୟାରରେ ପଡ଼ିଥିବା ଟାୱେଲକୁ ହଟାଇ ଦେଇଥିଲେ। ଏହି ଘଟଣାକୁ ନେଇ ପ୍ରଶଂସାର ପାତ୍ର ସାଜିଛନ୍ତି ଶ୍ରୀ ଚଢ଼ା।
Delhi Jal Board Vice Chairman @raghav_chadha removes towel (a symbol of VIP culture) from his chair as soon as he assumes his office. pic.twitter.com/cNfeWGSvXi
— AAP In News (@AAPInNews) March 3, 2020
Comments are closed.