Odisha Link
Bridging the Missing Links in Odisha

ଜ୍ୟାକଲିନଙ୍କ ସହ ନଜର ଆସିବେ ଅସୀମ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅନେକ ସିନେମାରେ କାମ କରି ସାରିଛନ୍ତି । ସିନେମା ବ୍ୟତିତ ଆଲବମରେ ମଧ୍ୟ କାମ କରିସାରିଛନ୍ତି । ସେଗୁଡିକ ହେଲା ‘ଚୁମ୍ମେ କି ରାତ’, ‘ଚିଟିଆନ କାଲାୟାନ’ ଏବଂ ‘ଏକ ଦୋ ତିନ’ ଭଳି ଅନେକ ହିଟ୍ ଟ୍ରାକରେ ଅଂଶ ହୋଇଛନ୍ତି ।

ତାଙ୍କୁ ଶେଷଥର ପାଇଁ ନେଟଫ୍ଲିକ୍ସ ସିନେମାରେ ଏକ ଡ୍ରାଇଭ ଚରିତ୍ରରେ ଅଭିନୟ କରିଥିଲେ । ଜ୍ୟାକଲିନ ଟି-ସିରିଜ୍ ଏବଂ ଭୂଷଣ କୁମାରଙ୍କ ସହ ଆଉ ଏକ ଗୀତ ପାଇଁ ଯୋଗ ଦେବାକୁ ଯାଉଛନ୍ତି । ତାଙ୍କ ସହିତ ବିଗ୍ ବସ୍ 13 ରନର୍ ଅପ୍ ଆସିମ୍ ରିଆଜ୍ ଅଭିନୟ କରିବେ।

https://www.instagram.com/p/B9RbMswB9p_/

ଜ୍ୟାକଲିନ୍ ଅସୀମଙ୍କ ସହ ସୁଟିଂ ସେଟରୁ ଏକ ସେଲଫି ସୋସିଆଲରେ ସେୟାର କରିଛନ୍ତି । ଏହାର କ୍ୟାପସନ୍ ଦେଇଛନ୍ତି, “ଏତେ ଉତ୍ସାହିତ!” ସେ ଗୋଲାପୀ ଲେହେଙ୍ଗା ପିନ୍ଧିଥିବାବେଳେ ଅସୀମ ଧଳା ରଙ୍ଗର ପୋଷାକରେ ଥିଲେ । ତେବେ ଗୀତଟିର ନାଁ ‘ମେରେ ଆଙ୍ଗେନ୍ ମେନ୍’ ଏହା ଆସନ୍ତା ସପ୍ତାହରେ ରିଲିଜ ହେବ ।

ଗୀତଟି ଏକ ଲୋକପ୍ରିୟ ପାରମ୍ପାରିକ ଲୋକଗୀତ ଉପରେ ଆଧାରିତ । ଏହାକୁ ତନିସ୍କ ବାଗଚି ରଚନା କରିଛନ୍ତି ଓ ଏହାକୁ ନେହା କକ୍କର କଣ୍ଠ ଦାନ କରିଛନ୍ତି । ଏହି ମ୍ୟୁଜିକ୍ ଭିଡିଓକୁ ବିନୟ ସାପ୍ରୁ ଏବଂ ରାଧିକା ରାଓ ନିର୍ଦ୍ଦେଶନା ଦେଇଛନ୍ତି। ଶାବିନା ଖାନ କୋରିଓଗ୍ରାଫି କରିଛନ୍ତି ଏବଂ ଏହାର ଶୁଟିଙ୍ଗ ସୋମବାର ଦିନ ହୋଇସାରିଛି !

ଏହା ବ୍ୟତୀତ, ଅସୀମ ରିଆଜଙ୍କୁ ବୋହେମିଆ ସହିତ ଅନ୍ୟ ଏକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବାକୁ ମିଳିବ ଏବଂ ଏଥିରେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ବିଗ୍ ବସ୍ 13 ପ୍ରତିଯୋଗୀ ହିମାଶୀ ଖୁରାନା ରହିପାରନ୍ତି ।

Comments are closed.