Odisha Link
Bridging the Missing Links in Odisha

ଖିମଜୀ ଜୁଏଲର୍ସକୁ ଟାଇମ୍ସ ବିଜନେସ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ଜୁଏଲାରୀ ଚେନ୍‌ ଖିମଜୀ ଜୁଏଲର୍ସ ଟାଇମ୍ସ ବିଜନେସ ପୁରସ୍କାର ୨୦୨୦(ପୂର୍ବ) ହାସଲ କରିଛି । ସବୁଠାରୁ ଭରସାଯୋଗ୍ୟ ଜୁଏଲର୍ସ,ଶ୍ରେଷ୍ଠ ଜୁଏଲର୍ସ (ସୁନା ଓ ହୀରା), ଶ୍ରେଷ୍ଠ ଜୁଏଲର୍ସ (ରୁପା ଓ ଫେସନ ଜୁଏଲର୍ସ) ଆଦି ବର୍ଗରେ କମ୍ପାନି ଏହି ପୁରସ୍କାର ଜିତିଛି ।

ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଓ ସୁମିତ ଖିମଜୀ ଏହି ପୁରସ୍କାର ବଲିଉଡ ମେଗାଷ୍ଟାର ଅନୀଲ କପୁରଙ୍କଠାରୁ ଗ୍ରହଣ କରିଛନ୍ତି । ଏହି ପୁରସ୍କାର ଗ୍ରହଣ କରି ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି ଯେ ଏହି ପୁରସ୍କାର ଗ୍ରହଣ କରି ସେ ସମ୍ମାନିତ ଅନୁଭବ କରୁଛନ୍ତି ।

ଖିମଜୀ ଜୁଏଲର୍ସର ସ୍ୱତନ୍ତ୍ର ଓ ଉନ୍ନତ ଡିଜାଇନ, କ୍ୱାଲିଟି, ଗ୍ରାହକ ସନ୍ତୁଷ୍ଟି ଆଦି ପାଇଁ ଏହା ଏକ ସ୍ୱୀକୃତି । କେବଳ ଏହି ପୁରସ୍କାର ନୁହେଁ, ନିଷ୍ଠାପର ପରିଶ୍ରମ ଯୋଗୁଁ ଗ୍ରାହକଙ୍କ ହୃଦୟ ବି ଜିଣିପାରିଛୁ ବୋଲି ସେ କହିଛନ୍ତି । ଟାଇମସ ବିଜନେସ ପୁରସ୍କାର ବ୍ୟବସାୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଇଥାଏ ।

ଏଥର ୨ୟ ଥର ପାଇଁ ଏହା ପ୍ରଦାନ କରାଯାଇଛି । ଏହି ବାର୍ଷିକ ପୁରସ୍କାର ବିଭିନ୍ନ ବ୍ୟବସାୟିକ କ୍ଷେତ୍ର ଯଥା ହେଟେଲ ଶିଳ୍ପଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ, ଶିକ୍ଷା, ଷ୍ଟାର୍ଟଅପ ଆଦିରେ ପ୍ରଦାନ କରାଯାଇଛି । ୧୯୩୬ରେ ବାରିପଦାରେ ଖିମଜୀ ଦୟାଭାଇଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଖିମଜୀ ଜୁଏଲର୍ସ ଏବେ ଓଡ଼ିଶାର ଏକ ପ୍ରମୁଖ ଜୁଏଲର୍ସ ଚେନର ମାନ୍ୟତା ପାଇଛି ।

ଏବେ ଭୁବନେଶ୍ୱର,କଟକ, ବ୍ରହ୍ମପୁର ଓ ରାଉରକେଲାରେ ଏହାର ସୋରୁମ ଅଛି । ଓଡ଼ିଶା ବଜାରକୁ ୧୦୦ ପ୍ରତିଶତ ହଲମାର୍କ ଜୁଏଲାରୀ ଆଣିବାରେ ଏହା ପ୍ରଥମ ଜୁଏଲର୍ସ । ଏହା ମଧ୍ୟ ପ୍ରଭୁ ଜଗନ୍ନାଥ ମନ୍ଦିରର ସୁନା ଅଳଙ୍କାରର ମରାମତି, ପ୍ରଭୁ ଲିଙ୍ଗରାଜଙ୍କ ମୁକୁଟ ନିର୍ମାଣ ଆଦି ପବିତ୍ର ତଥା ମହତ୍ତ୍ୱପୂର୍ଣ୍ଣ କାମ କରିଛି ।

କେବଳ ଜୁଏଲର୍ସ ନୁହେଁ, ଅଟୋ ମୋବାଇଲ୍ସ ଓ ରିଅଲ ଇଷ୍ଟେଟ କ୍ଷେତ୍ରରେ ମଧ୍ୟ ଖିମଜୀ ପ୍ରବେଶ କରିଛି । ଖିମଜୀ ଦ୍ୱାରା କାଓ୍ଵାସାକୀ, ହୋଣ୍ଡା ଓ ରୟାଲ ଏନଫିଲଡର ଡିଲରସିପ ଓଡ଼ିଶା ଓ ଅନ୍ୟ ସ୍ଥାନରେ ରହିଛି । କେବଳ ବ୍ୟବସାୟ ନୁହେଁ, ସମାଜ ସେବା କ୍ଷେତ୍ରରେ ମଧ୍ୟ ଖିମଜୀ ଗ୍ରୁପ ଯୋଗ ଦାନ ଦେଇଆସିଛି ।

ଓଡ଼ିଶା ସରକାରଙ୍କ ମିଶନ-ଜିରୋ ଏଫ ପାଇଁ ଏହା ୧୫ ଲକ୍ଷ ଦାନ କରିଥିଲା । ଗରିବ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ବାରିପଦାରେ ଏହା ଏକ ସ୍କୁଲ ନିର୍ମାଣ କରୁଛି । ଫନି ବାତ୍ୟାବେଳେ କମ୍ପାନି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଦାନ କରିଥିଲା ।

Comments are closed.