Odisha Link
Bridging the Missing Links in Odisha

ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଆକ୍ରମଣ, କହିଲେ ସ୍ମୃତି ଇରାନୀ…

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିରରେ ଆକ୍ରମଣ। ଏଭଳି ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ। ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରମ୍ୟା ଓ ଜ୍ୟୋତି ଆସିବା ସହ ପ୍ରଥମେ ଟଣାଓଟରା କରିଥିଲେ। ଏପରିକି କହୁଣୀକୁ ଧରି ଠେଲାପେଲା କରିବା ସହ ମାଡ ମଧ୍ୟ ମାରିଥିଲେ। ତେବେ ତଳେ ପଡିଯିବା ପୂର୍ବରୁ ବିଜେପି ସାଂସଦ ତଥା ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ବଞ୍ଚାଇବା ସହ ମାମଲାରେ ହସ୍ତକ୍ଷେପ କରିଥିଲେ। ଯଦି ସ୍ମୃତି ଇରାନୀ ମୋତେ ରକ୍ଷା କରିନଥିଲେ ମୁଁ ପଡ଼ି ଯାଇଥାନ୍ତି ବୋଲି କହିଛନ୍ତି ସଙ୍ଗୀତା।

ଏଭଳି ଘଟଣାକୁ ନେଇ ସଙ୍ଗୀତା ଅସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, ଗଣତନ୍ତ୍ରର ମନ୍ଦିରରେ ଏଭଳି କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ । ଏଥିପାଇଁ ଦୁଇ ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସଙ୍ଗୀତା କହିଛନ୍ତି। ସୂଚନାଥାଉକି, ସଙ୍ଗୀତା ସିଂହଦେଓ ବଲାଙ୍ଗୀରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ତାଙ୍କୁ ଆକ୍ରମଣ କରିଥିବା ରମ୍ୟା ହରିଦାସ କେରଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଜ୍ୟୋତି ମଣି ତାମିଲନାଡୁରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

Comments are closed.