Odisha Link
Bridging the Missing Links in Odisha

କ୍ରୀଡ଼ା ଓ ଯୁବସେବା ବିଭଗ ପକ୍ଷରୁ ‘ବିଜୁ ପଟ୍ଟନାୟକ ମିନି ମାରାଥନ’

ଭୁବନେଶ୍ୱର : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୭ଟା ସମୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ) ନିକଟରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପାଖା ପାଖି ୩୦୦୦ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ମିନି ମାରାଥନ ବିଜୁ ପଟ୍ଟନାୟକ ପାର୍କରୁ ବାହାରି ଶିଶୁଭବନ ଛକ, ରାଜମହଲ ଛକ, ଏଜି ଛକ, ରାଜଭବନ ଛକ, ପାଓ୍ୱାର ହାଉସ୍‌ ଛକ ଦେଇ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଥିଲା ।

୧୫ରୁ ୧୮ ବର୍ଷ ବାଳିକବାଳିକା, ୧୮ ବର୍ଷରୁ ଊଦ୍ଧ୍ୱର୍ ପୁରୁଷମହିଳା ଏବଂ ୫୦ ବର୍ଷରୁ ଊଦ୍ଧ୍ୱର୍ ଭେଟେରାନ୍‌ ପୁରୁଷ ଓ ମହିଳା ବର୍ଗରେ ଅନୁଷ୍ଠିତ ମୋଟ ୬ଟି ବର୍ଗର ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କୁ ମୋଟ ୧ ଲକ୍ଷ ୫୮ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ବାବଦରେ ପ୍ରଦାନ କରାଯାଇଥିଲା ।

୧୮ ବର୍ଷରୁ ଊଦ୍ଧ୍ୱର୍ ପୁରୁଷ ବର୍ଗରେ ରଶ୍ମି ରଞ୍ଜନ ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମୁକୁନ୍ଦ ବାଁରା ଦ୍ୱିତୀୟ, ଯୋଗେନ୍ଦ୍ର ତିରିଆ ତୃତୀୟ, ଲାଲୁ କାଲୁଣ୍ଡିଆ ଚତୁର୍ଥ ଏବଂ ନରେଶ ଚନ୍ଦ୍ର ହେମ୍ବ୍ରମ୍‌ ପଞ୍ଚମ ସ୍ଥାନ ହାସଲ କରିଥିଲେ ।

ସେହପରି ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ବ ର୍ଗରେ ସାମ୍‌ସଦ୍‌ ଆରା ବେ ଗମ ପ୍ରଥମ, ଶେ୍ୱତା କ ଜୁୁର ଦ୍ୱିତୀୟ, ପାର୍ବତୀ ମାଝୀ ତୃତୀୟ, ସତ୍ୟବତୀ ଖଡ଼ିଆ ଚତୁର୍ଥ ଏବଂ ନିରୁ ପମ ସାହୁ ପଞ୍ଚମ ସ୍ଥାନ ହାସଲ କରିଥିଲେ ।

ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ପ୍ରଥମଙ୍କୁ ୧୨ ହଜାର, ଦ୍ୱିତୀୟଙ୍କୁ ୧୦ ହଜାର, ତୃତୀୟଙ୍କୁ ୭ ହଜାର, ଚତୁର୍ଥଙ୍କୁ ୪ ହଜାର ଏବଂ ପଞ୍ଚମଙ୍କୁ ୩୦୦୦ ଲେଖାଏଁ ଅର୍ଥ ପୁରସ୍କାର ଚେକ ଆକାରରେ ପ୍ରଦାନ କରାଯାଇଥିଲା ।

୧୫ରୁ ୧୮ ବର୍ଷ ବାଳକ ବର୍ଗରେ ରାଜେନ୍ଦ୍ର କୁମାର ବିନ୍ଦ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ କ୍ୟା ପ୍‌ଟେନ୍‌ ପୃଷ୍ଟି ଦ୍ୱିତୀୟ, ରୂପେନ୍ଦ୍ର ହେମ୍ବ୍ରମ ତୃତୀୟ, ଗୀନୁ ରଇତା ଚତୁର୍ଥ ଏବଂ ଆକାଶ ସିଂ ପଞ୍ଚମ ସ୍ଥାନ ହାସଲ କରିଥିଲେ ।

୧୫ରୁ ୧୮ ବର୍ଷ ବାଳିକା ବର୍ଗରେ ଇତିଶ୍ରୀ ମହାନ୍ତ ପ୍ରଥମ, ସୁକି ସମଦ ଦ୍ୱିତୀୟ, ମୁନ୍‌ମୁନି ଦାସ ତୃତୀୟ, ମିଲି ମାଝୀ ଚତୁର୍ଥ ଏବଂ ସୁଭଦ୍ରା ମହାରଣା ପଞ୍ଚମ ସ୍ଥାନ ହାସଲ କରିଥିଲେ । ଏହି ବର୍ଗର ଉଭୟ ବାଳକ ଓ ବାଳିକା ବର୍ଗର ପ୍ରଥମଙ୍କୁ ୭ ହଜାର, ଦ୍ୱିତୀୟଙ୍କୁ ୬ ହଜାର, ତୃତୀୟଙ୍କୁ ୪ ହଜାର, ଚତୁର୍ଥଙ୍କୁ ୩ ହଜାର ଏବଂ ପଞ୍ଚମଙ୍କୁ ଏକ ହଜାର ୫ ଶହ ଲେଖାଏଁ ଅର୍ଥ ପୁରସ୍କାର ଚେକ୍‌ ଆକାରରେ ପ୍ରଦାନ କରାଯାଇଥିଲା ।

୫୦ ବ ର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଭେ ଟେରାନ୍‌ ବ ର୍ଗରେ ଏ. ବାବା ପ୍ରଥମ ସ୍ଥାନ ହାସଲ କର ଥିବାବେଳେ ରଞ୍ଜିତ ମହାନ୍ତ ଦ୍ୱିତୀୟ, ସୁଶିଲ୍‌ ମହାନ୍ତ ତୃତୀୟ, ମଧୁସୂଦନ ମହାନ୍ତ ଚତୁର୍ଥ ଏବଂ ନାଞ୍ଜୁନ୍ଦନ କେ, ପଞ୍ଚମ ସ୍ଥାନ ହାସଲ କରିଥିଲେ ।  ୫୦ ବର୍ଷରୁ ଊଦ୍ଧ୍ୱର୍ ଭେଟେରାନ୍‌ ମହିଳା ବର୍ଗରେ ଡଲି ମହାନ୍ତ ପ୍ରଥମ, ଲଖି ମହାନ୍ତ ଦ୍ୱିତୀୟ, ପ୍ରଭାସିନୀ ସୂ ପକାର ତୃତୀୟ, ଦୀପ୍ତିମୟୀ ରୟ ଚତୁର୍ଥ ଏବଂ ବ୍ରଜେଶ୍ୱରୀ ସିଂ ପଞ୍ଚମ ସ୍ଥାନ ହାସଲ କରିଛନ୍ତି ।

ଏହି ବର୍ଗରେ ପ୍ରଥମଙ୍କୁ ୭ ହଜାର ଦ୍ୱିତୀୟଙ୍କୁ ୬ ହଜାର, ତୃତୀୟଙ୍କୁ ୪ ହଜାର, ଚତୁର୍ଥଙ୍କୁ ୩ ହଜାର ଏବଂ ପଞ୍ଚମଙ୍କୁ ଏକ ହଜାର ୫ ଶହ ଲେଖାଏଁ ଅର୍ଥ ପୁରସ୍କାର ଚେକ୍‌ ଆକାରରେ ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମନ୍ତ୍ରୀ ବେହେରା ଏବଂ ବିଭାଗୀୟ ଶାସନ ସଚିବ ବିଶାଲ ଦେବ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ ।

Comments are closed.