Odisha Link
Bridging the Missing Links in Odisha

ରାସ୍ତାରେ ପଡ଼ିଛି ବିପୁଳ ପରିମାଣର ସରକାରୀ ଔଷଧ

ନବରଙ୍ଗପୁର: ରୋଗୀଙ୍କ ପାଇଁ ଆସିଥିବା ମେଡିସିନ ଏବେ ରାସ୍ତାର କଡରେ। ରୋଗୀଙ୍କୁ ଦିଆଯିବା ଔଷଧ ରୋଗୀଙ୍କୁ ମିଳୁ ନାହିଁ। ହେଲେ ଜଙ୍ଗଲରେ ସେହି ଔଷଧକୁ ଫିଙ୍ଗା ଯାଉଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକର ପଣ୍ଡୁଗୁଡା ଯିବା ରାସ୍ତାର ନୀଳଗିରି ଜଙ୍ଗଲରେ ପଡିରହିଛି ବିପୁଳ ପରିମାଣରେ ସରକାରୀ ଔଷଧ। ଉଦବେଗଜନକ କଥା ହେଉଛି ଫିଙ୍ଗା ଯାଇଥିବା ଔଷଧର କେତେକ ଏକ୍ସପାରିଡେଟ ଯାଇନାହିଁ । ଗରିବ ଲୋକଙ୍କୁ ମାଗଣାରେ ଔଷଧ ଦେବା ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।
ହେଲେ ଗରିବ ରୋଗୀ ଔଷଧ ପାଉନଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଔଷଧ ବଣ୍ଟନ ବଦଳରେ ଫିଙ୍ଗି ଦିଆଯାଉଛି । ଏବେ ପ୍ରଶ୍ନ ଉଠୁଛି ଏତ ପରିମାଣର ଔଷଧ ଜଙ୍ଗଲ ଭିତରକୁ ଆସିଲା କେମିତି? କିଏ ଏହି ଔଷଧକୁ ଫିଙ୍ଗିଛି? ଔଷଧ ଫିଙ୍ଗା ଯିବା ପଛର କାରଣ ଓ ଉଦ୍ଦେଶ୍ୟ କଣ? ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।

Comments are closed.