Odisha Link
Bridging the Missing Links in Odisha

କରୋନା ପାଇଁ ଲକ୍ଷ୍ନୌରେ ମାଛ ମାଂସ ବିକ୍ରିକୁ ବ୍ୟାନ୍

ଲକ୍ଷ୍ନୌ: ଚାଇନା ପରେ ଏବେ ଭାରତରେ କାୟା ବିସ୍ତାର କଲାଣି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ସଂଖ୍ୟା ୨୯ କୁ ବୃଦ୍ଧି ପାଇଲାଣି। ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଏଥିସହ କଞ୍ଚା ମାଂସକୁ ନଛୁଇଁବା ଓ ଭଲ ଭାବେ ସିଝା ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ମାତ୍ରୂ ଏସବୁ ଭିତରେ ଆଜି ଲକ୍ଷ୍ନୌ ପ୍ରଶାସନ ପକ୍ଷରୁ କରୋନାକୁ ରୋକିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି।ଲକ୍ଷ୍ନୌରେ ସବୁ ପ୍ରକାରର ମାଛ,ମାଂସ ଓ ଅଧା ସିଝା ଖାଦ୍ୟର ବିକ୍ରି ଉପରେ ରୋକ ଲଗା ଯାଇଛି।

ମାଂସରୁ କରୋନା ବ୍ୟାପିବାର ଆଶଙ୍କା କରାଯାଉ ଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ମାଂସ କାଟିବା ଓ ବିକ୍ରି କରିବାକୁ ମଧ୍ୟ ଲୋକଙ୍କୁ ବାରଣ କରାଯାଇଛି। ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ପ୍ରକାଶ କହିଛନ୍ତି, “ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ପରିବେଶକୁ ପରିଷ୍କାର ରଖିବା ଓ ଲୋକଙ୍କୁ ଅଧିକ ସିଝାଇ ଖାଦ୍ୟ ଦେବାକୁ କୁହାଯାଇଛି। ଏନେଇ ଏକ ଟିମ୍ ଗଠନ କରାଯାଇଛି। ଯେଉଁମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। କଟକଣା ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।”

Comments are closed.