Odisha Link
Bridging the Missing Links in Odisha

ଏସ୍‌ସିବିରୁ କରୋନା ସନ୍ଦିଗ୍ଧ ଫେରାର

କଟକ: କଟକ SCB ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ SCB ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ ତାପମାତ୍ରା ଥିବାରୁ ଏପରି ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ଏସ୍‌ସିବିର ସ୍ୱତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ।

ବିଳମ୍ବିତ ରାତିରେ ସେ ଏସସିବିର ଆଇସୋଲେସନ୍ ୱାର୍ଡ ରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଅନ୍ୟପଟେ ଏନେଇ କଟକ ଏସସିବି କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିବାବେଳେ ସୁରକ୍ଷାକର୍ମୀ ନିୟୋଜିତ ପରେ ବି କେମିତି ଚମ୍ପଟ୍ ମାରିଲେ କରୋନା ସନ୍ଦିଗ୍ଧ ସେନେଇ ଏସସିବିରେ ଚାଲିଛି ତନାଘନା।

Comments are closed.