Odisha Link
Bridging the Missing Links in Odisha

ଚିନିକଳ ପାଇଁ ଆଜି ନୟାଗଡ଼ ବନ୍ଦ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ବନ୍ଦ ପଡିଥିବା ଚିନିକଳକୁ ଚାଲୁ କରିବା ଦାବିରେ ଆଜି ୧୨ ଘଣ୍ଟିଆ ନୟାଗଡ ବନ୍ଦ। ଏହି ବନ୍ଦ ଡାକରା ଦେଇଛି ଚିନିକଳ କ୍ରୀୟାନୁଷ୍ଠାନ କମିଟି। ବନ୍ଦକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ୧୨ ତାରିଖରେ ଚିନିକଳର ସଂପତି ଆକଳନ କରାଯିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକଟ କରିଛି କ୍ରିୟାନୁଷ୍ଠାନ କମିଟି। ବନ୍ଦ ପ୍ରଭାବରେ ବସ୍‌ ଓ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

୨୦୧୪ରୁ ବନ୍ଦ ପଡିଥିବା ନୟାଗଡ ଚିନିକଳ ଚାଲୁ କରିବା ଦାବିରେ ଗତ ଜାନୁଆରୀ ୩୦ ତାରିଖରୁ ପଦଯାତ୍ରା କରିଥିଲା ଚିନିକଳ କ୍ରୀୟାନୁଷ୍ଠାନ କମିଟି। ଫେବୃଆରୀ ୩ ତାରିଖ ଭୂବନେଶ୍ୱରରେ ପହଂଚିବା ପରେ ଗିରଫ ହେଲେ ପଦଯାତ୍ରୀ। ଏଥିସହିତ ଫେଲ ମାରିଲା ମିଶନ ତା ସହିତ ନା ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ହେଲା ନା ଚିନିକଳ ସଂପର୍କରେ କୌଣସି ଆଲୋଚନା। ଗିରଫ ଘଟଣାର ମାସେ ପରେ ଆନ୍ଦୋଳନକୁ ଆଉ ଟିକେ ଆଗକୁ ବଢାଇଛି କମିଟି।

ମାର୍ଚ୍ଚ ୬ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ୧୨ ଘଂଟିଆ ନୟାଗଡ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି। ଚାଷୀଙ୍କୁ ଏକାଠି କରିବା ପାଇଁ କମିଟି କରୁଛି ସାଇକେଲ ଶୋଭାଯାତ୍ରା । ଜିଲ୍ଲାର ଚିନିକଳ ବନ୍ଦକୁ ନେଇ ସବୁ ଅଂଚଳରେ କ୍ଷୋଭ ଥିବାରୁ ଲୋକେ ସ୍ୱଇଚ୍ଛାରେ ବନ୍ଦ ପାଳିବେ ବୋଲି କହିଛି କ୍ରୀୟାନୁଷ୍ଠାନ କମିଟି।

ଆଜିର ପ୍ରସ୍ତାବିତ ବନ୍ଦ ପାଳନ ବେଳେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ। ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ଦିଆଯିବ ନାହିଁ। ସେପଟେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୁଲିସ ପ୍ରସ୍ତୁତ ବୋଲି ଏସପି କହିଛନ୍ତି।

Comments are closed.