ବସ୍କୁ ୧୩ଲକ୍ଷ ୫୦ହଜାର ଜରିମାନା କଲେ ଆରଟିଓ

ବାଲେଶ୍ବର: ରାଜ୍ୟରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ପୁଣି ଥରେ କଡ଼ା କଡି ଭାବେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି। ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି। ଆଜି ବାଲେଶ୍ବରରେ ବସ୍ କୁ ୧୩ଲକ୍ଷ ୫୦ ହଜାର ଟଙ୍କାର ଫାଇନ୍ ହୋଇଛି। ବସ୍ କୁ ଫାଇନ୍ କରିଛନ୍ତି ବାଲେଶ୍ବର ଆରଟିଓ। ୧୩ଲକ୍ଷ ୫୦ ହଜାର ଟଙ୍କା ଟ୍ୟାକ୍ସ ବାକି ରଖିଥିଲେ ବସ୍ ମାଲିକ। ଭୁବନେଶ୍ବରରୁ ବାଲେଶ୍ବର ଆସୁଥିଲା ବସ୍।
ସୂଚନା ଅନୁସାରେ, ସରକାର ଦେଇଥିବା ୬ମାସ ଟ୍ରାଫିକ୍ ନିୟମ କୋହଳ ଅବଧି ଶେଷ ହୋଇଯାଇଛି। ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ମାର୍ଚ୍ଚ ପହିଲାରୁ ଶେଷ ହୋଇଛି। ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରୁଛନ୍ତି କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା।