Odisha Link
Bridging the Missing Links in Odisha

ଶନିବାର ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ପିଲା

ବ୍ରହ୍ମପୁର : ଦିନକୁ ଦିନ ଓଡିଆ ସରକାରୀ ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି । ସେଥି ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନୂତନ କୌଶଳ ଅବଲମ୍ବନ କରିଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ଶନିବାର ଦିନ ବିନା ବ୍ୟାଗରେ ବିଦ୍ୟାଳୟକୁ ଆସିବେ ବୋଲି ନିୟମ କରାଯାଇଛି ।

ପ୍ରଶାସନ ପକ୍ଷରୁ କୁହାଯାଇଛି, ସମସ୍ତ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟରେ ପାଠପଢ଼ା ଉପକରଣ ସହ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯିବ । ପୂର୍ବରୁ ଜିଲ୍ଲା ପ୍ରଶାସନ ମଧୁ ଆପ୍, ପାଣି ଘଣ୍ଟ ଆଦି ଆରମ୍ଭ କରିଥିଲା। ଏବେ ‘ନୋ ବ୍ୟାଗ ପାଇଲଟ୍ ପ୍ରୋଜେକ୍ଟ’ ଭାବେ ଆରମ୍ଭ କରାଯାଇଛି ।

ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି,“ ଏହି ‘ନୋ ବ୍ୟାଗ ପାଇଲଟ୍ ପ୍ରୋଜେକ୍ଟ’ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ପ୍ରତି ବ୍ଲକରେ ବଛା ବଛା ୨୦ଟି ସ୍କୁଲରେ ଏହା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ପାଇଲଟ୍ ପ୍ରୋଜେକ୍ଟରେ ପିଲାମାନେ ପ୍ରତି ଶନିବାର ବିନା ବ୍ୟାଗରେ ସ୍କୁଲ ଆସିବେ। ସ୍କୁଲ ଲାଇବ୍ରେରୀରେ ଥିବା ନିଜ ପସନ୍ଦର ବହି ପଢ଼ିବେ। ଏହାସହ ଗୀତ, ନାଚ ସହ ଚିତ୍ର ବି କରିବେ। ଶିକ୍ଷକମାନେ ମଧ୍ୟ ପିଲାମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ।”

Comments are closed.