Odisha Link
Bridging the Missing Links in Odisha

ଯନ୍ତାରେ ପଡ଼ିଲା ଉତ୍ପାତିଆ ଭାଲୁ

ନବରଙ୍ଗପୁର : ବନ ବିଭାଗର ଯନ୍ତାରେ ପଡ଼ିଲା ଉତ୍ପତିଆ ଭାଲୁ। ଗତକାଲି ବିଳମ୍ବିତ ରାତିରେ ଉତ୍ପାତିଆ ଭାଲୁଟି ବନ ବିଭାଗ ବସାଇଥିବା ଯନ୍ତାରେ ପଡିଥିଲା।
ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଦହଣା ଗାଁର କିଶୋର ଚନ୍ଦ୍ର ମିଶ୍ରଙ୍କ ଘର ବାଡିରେ ପଶି ଗତ କିଛିଦିନ ଧରି ଆତଙ୍କ ଖେଳାଇଥିଲା। ଫଳରେ ଭାଲୁଟିକୁ ଧରିବା ପାଇଁ ବନବିଭାଗ ଯନ୍ତା ବସାଇଥିଲା। ତେବେ ବନ ବିଭାଗ ବସାଇଥିବା ଯନ୍ତାରେ ଭାଲୁଟି ପଡିଯାଇଛି। ଭାଲୁକୁ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଛାଡିଦେଇଛି ବନ ବିଭାଗ।

Comments are closed.