ହତ୍ୟା ଧମକ, ୫ ଗିରଫ

ସମ୍ବଲପୁର: ହତ୍ୟା ଧମକ ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଡ୍ରାଇଭର, ଷ୍ଟୋର କିପର ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫଦାରୀ ନେଇ ସମ୍ବଲପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତକାଲି କ୍ଷେତରାଜପୁର ଷ୍ଟେସନ ବାହାରେ ସମ୍ପୃକ୍ତ ଅଧିକାରୀଙ୍କୁ ଧମକ ମିଳିଥିଲା। ତାଙ୍କୁ ହତ୍ୟା ଧମକ ସହ ଜୋବରଦସ୍ତି ଏକ ଚିଠି ଦସ୍ତଖତ କରାଇନେଇଥିଲେ।