କରୋନା ଆକ୍ରାନ୍ତ ସଂଖ୍ୟା ୮୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାର ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ଆଗ୍ରାର ଜଣେ ୨୫ ବର୍ଷୀୟ ମହିଳାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଭାରତରେ ୮୩ ଜଣ ଆକ୍ରାନ୍ତ ଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କରେନାକୁ ଦେଶବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। କରେନାକୁ ନେଇ ଭାରତ ସରକାର ବିଭିନ୍ନ ସଚେତନାମୂଳକ ପଦକ୍ଷେପ ନେଉଛନ୍ତି।