Odisha Link
Bridging the Missing Links in Odisha

କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତତ

ଭୁବନେଶ୍ୱର: କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କରୋନା ମୁକାବିଲା ପାଇଁ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୮ ଜଣ ସନ୍ଦିଗ୍ଧଙ୍କ ଚିକିତ୍ସା କରାଯାଇଥିବାବେଳେ ୭ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଜଣେ ଚିକିତ୍ସାଧୀନ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ି ଦିଆଯିବ। ବର୍ତ୍ତମାନ ସୁଦ୍ଧା କରୋନା ପାଇଁ ଏସସିବିର ସମସ୍ତ ପ୍ରସ୍ତୁତି ସରିଛି। ଆବଶ୍ୟକ ଔଷଧ, ମାସ୍କ, ଷ୍ଟାଫ ଓ ଚିକିତ୍ସା ବ୍ୟବସ୍ଥା ଠିକ ଅଛି। ଅଧିକ ୪ଟି ଆଇସିୟୁ ସହ ନୂଆ ବିଲ୍ଡିଂରେ ୬୦ ବେଡ ବ୍ୟବସ୍ଥା ହେଉଛି। ଏଯାଏଁ ରାଜ୍ୟରେ ଗୋଟିଏ ବି କରୋନା ବିଜଟିଭ ସୂଚନା ନାହିଁ ବୋଲି ଏସସବିର ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.