Odisha Link
Bridging the Missing Links in Odisha

ଟ୍ରକ୍‌ ଜିପ୍‌ ମୁହାଁମୁହିଁ : ୧୧ମୃତ

ଯୋଧପୁର: ରାଜସ୍ଥାନ ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯୋଧପୁର ଜିଲ୍ଲା ବାଲେତରା-ଫୌଲେଦି ରାଜମାର୍ଗରେ ଟ୍ରକ-ଜିପ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କେତେ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ସୂଚନା ମୁତାବକ, ଆଜି ସକାଳେ ଯୋଧପୁର ଜିଲ୍ଲା ବାଲେତରା-ଫୌଲେଦି ରାଜମାର୍ଗରେ ଜିପ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ୧୧ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ ଓ ଛଅ ଜଣ ମହିଳା ଏବଂ ଜଣେ ଶିଶୁ ଥିବା ଜଣାପଡିଛି। ତେବେ ସେମାନଙ୍କ ମଧ୍ୟରୁ ଜଣେ ନବବିବାହିତ ଦମ୍ପତି ଥିଲେ ବୋଲି ସୂଚନା ମିଳିଛି। ଦୁର୍ଘଟଣାର ଖବର ପାଇ ପୋଲିସ ଓ ଅଗ୍ନିଶନ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ଆହତଙ୍କ ଗାଡି ମଧ୍ୟରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.