କରୋନା: ମାର୍ଚ୍ଚ ୩୧ ଯାଏଁ ହାଇକୋର୍ଟ ଆସିବେନି ଓକିଲ

କଟକ: ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ରାଜ୍ୟରେ ତତ୍ପରତା ପ୍ରକାଶ ପାଇଛି। କରୋନା ପାଇଁ ସପିଂ ମଲ୍, ସ୍କୁଲ ଆଦି ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳିକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। କରୋନା ସତର୍କତା ନେଇ ହାଇକୋର୍ଟ ଓକିଲା ସଂଘ ମାର୍ଚ୍ଚ ୩୧ ଯାଏଁ ହାଇକୋର୍ଟ ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ଭିଡ ଏଡାଇବାକୁ ଓକିଲମାନେ କୋର୍ଟ ନ ଆସିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି। ଭିଡରୁ ସଂକ୍ରମଣ ବ୍ୟାପୁଥିବାରୁ ଓକିଲଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି।