ନୟାଗଡ: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ଦୁଷ୍କର୍ମ ଅଭିଯୋଗ

ନୟାଗଡ: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ଏକ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୀଡିତା ଛାତ୍ରୀ ଜଣଙ୍କ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ନବମ ଶ୍ରେଣୀର ବୋଲି ଜଣାପଡିଛି। ଏନେଇ ଓଡଗାଁ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ଛାତ୍ର ଏବଂ ପୀଡିତା ଛାତ୍ରୀଙ୍କ ଡାକ୍ତରୀମାଇନା କରାଯିବ ବୋଲି ଜଣାପଡିଛି। ପୀଡିତା ଛାତ୍ରୀ ଏବେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।