Odisha Link
Bridging the Missing Links in Odisha

କରୋନା: ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ସମସ୍ତ ଐତିହ୍ୟ ସ୍ଥଳ

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ। କରୋନା ଭାଇରସ୍‌ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ମୋଟ ୩,୬୯୧ସଂରକ୍ଷିତ ଐତିହ୍ୟ ସ୍ଥଳ ରହିଛି। ମନ୍ତ୍ରୀସ୍ତରୀୟ ବୈଠକର ଆଲୋଚନା ଅନୁଯାୟୀ ଏହିସବୁ ସ୍ଥାନ ପାଇଁ କଟକଣା ଲାଗୁ କରାଯିବ। ଏହି ବୈଠକରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସୋଶାଲ ଡିଷ୍ଟାନ୍ସିଂକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ସ୍କୁଲ ଓ ୟୁନିଭର୍ସିଟି ଆଦି ଶିକ୍ଷାନୁଷ୍ଠାନ, ଜିମ୍‌, ସଂଗ୍ରହାଳୟ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ, ସ୍ୱମିଂ ପୁଲ୍‌ ଏବଂ ଥିଏଟର ଆଦି ସର୍ବସାଧାରଣ ସ୍ଥାନ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। ଛାତ୍ରଛାତ୍ରୀ ଘରେ ରହି ପଢ଼ାପଢ଼ି କରିବେ ଏବଂ ଅନ୍‌ଲାଇନ୍‌ ଶିକ୍ଷାକୁ ଗୁରୁତ୍ୱ ଦିଆଯିବାର ପ୍ରସ୍ତାବ ରହିଛି।

Comments are closed.