କରୋନା: ଖୋଲା ରହିବ ଜନଜାତି ହଷ୍ଟେଲ

ଭୁବନେଶ୍ବର: ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ସରକାରଙ୍କ ତରଫରୁ ତତ୍ପରତା ଦେଖା ଦେଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ସପର୍ଣ୍ଣ ରୂପେ ବନ୍ଦ କରି ଦେଇଛନ୍ତି। ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେଲେ ବି ହଷ୍ଟେଲରେ ରହିବେ ଆସିବାସୀ ଛାତ୍ରଛାତୀ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ହଷ୍ଟେଲରେ ପିଲାମାଙ୍କୁ କରୋନା ନେଇ ସଚେତନ କରାଯିବ। ଘରକୁ ଗଲେ ସେମାନେ ସଚେତନ ହୋଇପାରିବେ ନାହିଁ।
ସୂଚନଯୋଗ୍ୟ ଯେ, କରୋନା ପାଇଁ ସତର୍କ ରହିବାକୁ ଯାଇ କଡ଼ା ପଦକ୍ଷେପ ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ପୂର୍ବରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଏବେ ସମସ୍ତ ପରୀକ୍ଷା ଘୁଞ୍ଚାଇବାକୁ ତଥା ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବାକୁ ମନା କରାଯାଇଛି।