Odisha Link
Bridging the Missing Links in Odisha

ରାଜ୍ୟସଭାରେ ଶପଥ ନେବାପରେ ବିସ୍ତୃତ ଭାବରେ କହିବି: ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ସଂସଦର ଉଚ୍ଚତମ ସଦନ ରାଜ୍ୟସଭା ଗୃହକୁ ମନୋନୀତ କରିଥିଲେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି ରହିଛି। ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଶପଥ ଗ୍ରହଣ କରିବା ପରେ ରାଜ୍ୟସଭା ମନନୋୟନ ଉପରେ ମତ ରଖିବେ। ସେ ଏହାକୁ କାହିଁକି ଗ୍ରହଣ କଲେ ସେ ବିଷୟରେ ଶପଥ ନେବାପରେ କହିବେ ବୋଲି ଜଷ୍ଟିସ୍‌ ଗୋଗୋଇ କହିଚନ୍ତି।

ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆଜି ଆସାମର ଗୁଆହାଟୀଠାରେ ଗଣମାଧ୍ୟମକୁ କହିଛନ୍ତି, “ଆସନ୍ତାକାଲି ମୁଁ ଦିଲ୍ଲୀ ଯିବାର ଅଛି। ମୋତେ ପ୍ରଥମେ ଶପଥ କରିବାକୁ ଦିଅନ୍ତୁ, ତା’ପରେ ମୁଁ ଗଣମାଧ୍ୟମକୁ ବିସ୍ତୃତ ଭାବରେ କହିବି କାହିଁକି ମୁଁ ଏହାକୁ ଗ୍ରହଣ କଲି।”

ଜଷ୍ଟିସ ଗୋଗୋଇ ପ୍ରାୟ ୧୩ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବା ପରେ ଗତ ବର୍ଷ ନଭେମ୍ବର ମାସରେ ଅବସର ନେଇଥିଲେ।ଏହା ପୂର୍ବରୁ ଜାନୁୟାରୀ ୨୦୧୮ ମସିହାରେ ଜଷ୍ଟିସ୍‌ ଦୀପକ ମିଶ୍ର ପ୍ରଧାନ ବିଚାରପତି ଥିବାବେଳେ ତାଙ୍କ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ଚାରିଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ସେ ଥିଲେ। ପ୍ରଥମ ଥର ପାଇଁ ଏଭଳି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା, ଯାହାକି ବେଶ ଚର୍ଚ୍ଚାରେ ଥିଲା।

Comments are closed.