Odisha Link
Bridging the Missing Links in Odisha

ଯୁବରାଜଙ୍କ ବାୟୋପିକରେ ନଜର ଆସିବେ ଗଲିବୟ ସିଦ୍ଧାନ୍ତ

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀ ସିନେମା ‘ଗଲି ବୟ’ ରେ ଶାନଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ସେ ବର୍ତ୍ତମାନ ଏକ ବାୟୋପିକରେ ନଜର ଆସିପାରନ୍ତି । ସିଦ୍ଧାନ୍ତଙ୍କ ଅଭିନୟକୁ ନେଇ ଏବେ ଯୁବରାଜ ତାଙ୍କୁ ନିଜ ବାୟୋପିକର ପ୍ରମୁଖ କଳାକାର ଭାବେ ଦେଖିବାକୁ ଚାହୁଛନ୍ତି ।  ନିକଟରେ ଏକ କଥାବାର୍ତ୍ତା କରିବା ସମୟରେ ଯୁବରାଜ ନିଜ ବାୟୋପିକ ପାଇଁ ସିଦ୍ଧାନ୍ତଙ୍କ ନାମ ନେଇଛନ୍ତି ।

ଏହି ସମୟରେ ଯୁବରାଜ କହିଛନ୍ତି କି, ସେ ନିଜେ ତାଙ୍କ ବାୟୋପିକ କରିବାକୁ ଚାହୁଁଚନ୍ତି କିନ୍ତୁ ଏହାକୁ ଦେଖିଲେ ହୁଏତ ଲୋକେ ହସିପାରନ୍ତି । ତେଣୁ ମୁଁ ନିଜ ବାୟୋପିକ୍‌ ସିଦ୍ଧାନ୍ତକୁ ଦେଖିବାକୁ ଚାହୁଛି। କିନ୍ତୁ ସିନେମାରେ କାହାକୁ ସାଇନ କରାଯିବ ତାହା ନିର୍ଦ୍ଦେଶକଙ୍କ କାମ। କିନ୍ତୁ ସିଦ୍ଧାନ୍ତ ମୋ ବାୟୋପିକ ପାଇଁ ଭଲ ଅପସନ।’ ନିକଟରେ ସିଦ୍ଧାନ୍ତଙ୍କୁ ଦମଦାର ଅଭିନୟ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା।

ସୂଚନାଯୋଗ୍ୟ, ସିଦ୍ଧାନ୍ତ ଚର୍ତୁବେଦୀ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ସିନେମାରେ ଦୀପିକା ଏବଂ ଅନନ୍ୟା ପାଣ୍ଡେଙ୍କ ସହିତ ସ୍କ୍ରିନ ସେୟାର କରିବେ।

Comments are closed.