Odisha Link
Bridging the Missing Links in Odisha

କରୋନା : ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଧାରା ଜାରି ରହିବା ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସମୟସୀମା କୁ ବଢ଼ାଯିବ ବୋଲି ସୂଚନା ଦେଇଛନ୍ତି।
ଆଖଣ୍ଡଳମଣି ପୀଠ ଓ ଭଦ୍ରକାଳୀ ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକ ରେ ଶ୍ରଦ୍ଧାଳୁ ଙ୍କ ଆଗମନ ଉପରେ ଆଙ୍କୁଶ ଲଗାଇଛି ଜିଲ୍ଲା ପ୍ରଶାସନ। ୫ଜଣ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସମସ୍ତ ମଲ କୁ ବନ୍ଦ କରାଯାଉଛି । ଯଦି କୌଣସି ବ୍ୟକ୍ତି ଙ୍କୁ ସନ୍ଦେହ ହେବ ତେବେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଚିକିତ୍ସାରେ ସହଯୋଗ କରାଯିବ। ଏବଂ ଗୁଜବକାରୀଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛି।
ଆବଶ୍ୟକ ସ୍ଥଳେ ସୋସିଆଲ ମିଡ଼ିଆ ରେ ଗୁଜବ ସୃଷ୍ଟି କରୁଥିବା ଲୋକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସମସ୍ତ ଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ଅନୁରୋଧ କରୁଛି। ସତର୍କତାମୁଳକ ପଦକ୍ଷେପ ଭାବେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଧାର ପଞ୍ଜିକରଣ ଉପରେ ମଧ୍ୟ ରୋକ ଲଗାଯାଇଛି।

Comments are closed.