Odisha Link
Bridging the Missing Links in Odisha

କରୋନା ସହ ୬ ମାସ ଲଢିବାକୁ ପଡିବ : ସୁବ୍ରତ ବାଗଚୀ

ଭୁବନେଶ୍ବର : କରୋନା ଭାଇରସ୍‌ ସମଗ୍ର ବିଶ୍ବର ୧୬୭ ଦେଶକୁ ବ୍ୟାପି ସାରିଲାଣି। ଏହି ପ୍ରାଣଘାତୀ କରୋନାର ମୁକାବିଲା କରିବାକୁ ଆହୁରି ୧୫୫ ଦିନ ସମୟ ଲାଗିବ ଏବଂ ଏଥିପାଇଁ ଆମକୁ ସତର୍କତା ଏବଂ ସଚେତନତା ବଜାଇ ରଖିବାକୁ ପଡିବ ବୋଲି ଆଜି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଚେତନତା ପାଇଁ ଗଠନ କରାଯାଇଥିବା ଟିମ୍ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ କରାଯାଇଥିବା ସାମ୍ବାଦିକ ସମ୍ମଳନୀରେ ସୁବ୍ରତ ବାଗଚୀ କହିଥିଲେ ଆମକୁ କରୋନା ମହାମାରୀ ସହ ୬ ମାସ ଯାଏ ଲଢିବାକୁ ପଡିବ। ସେହି ୬ ମାସରୁ ଆମେ ୫ ଦିନ ଅତିକ୍ରମ କରିସାରିଛେ। ଆମକୁ ଆହୁରି ୧୫୫ ଦିନ ଯାଏଁ ଲଢିବାକୁ ପଡିବ ବୋଲି କହିଛନ୍ତି।

ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ଗତକାଲି, କରୋନା ୧୬୨ ଟି ଦେଶକୁ ବ୍ୟାପିଥିବା ବେଳେ ଆଜି ତାହା ୧୬୭ ଦେଶରେ ପହଞ୍ଚିଛି। ଏଣୁ ଏହାର ବ୍ୟାପ୍ତିକୁ ଦେଖି ଆମକୁ ସତର୍କ ହେବା ଆବଶ୍ୟକ। କରୋନାରେ ବର୍ତ୍ତମାନ ସୁଦ୍ଧା ୮ ହଜାର ୨୨୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ପ୍ରାୟ ୧ ଲକ୍ଷ ୯୯ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା କହିଛନ୍ତି ବାଗଚୀ। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଛି।

Comments are closed.