Odisha Link
Bridging the Missing Links in Odisha

କରୋନା ପାଇଁ ବାହାଘର ସ୍ଥଗିତ ରଖିଲେ ବରୁଣ ଓ ରିଚା

ମୁମ୍ବାଇ :  କରୋନା କାରଣରୁ ସ୍କୁଲ , କଲେଜ, ସପିଙ୍ଗମଲ, ସିନେମା ହଲ ଆଦି ବନ୍ଦ କରାଯାଇଛି । ସେହିଭଳି ଅନେକ ସିନେମାର ଶୁଟିଂ ମଧ୍ୟ ବନ୍ଦ କରି ଦିଆଯାଇଛି । କିଛି କଳାକାରଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ କରୋନାର ପ୍ରଭାବ ଦେଖାଦେଇଛି ।

ସେମାନେ ହେଲେ ବରୁଣ ଧାୱନ, ରିଚା ଚଢ଼ା ଓ ଅଲୀ ଫଜଲ । କରୋନା ଯୋଗୁ ଏହି ସବୁ କଳାକାର ନିଜ ବାହାଘର ଘୁଞ୍ଚାଇବାକୁ ପଡ଼ିଛି । ବରୁଣ ନତାଶା ଦଲାଲଙ୍କୁ ବିବାହ କରିବାପାଇଁ ପ୍ରଥମେ ଥାଇଲ୍ୟାଣ୍ଡରେ ବାହା ହେବେ ବୋଲି ସ୍ଥିର କରିଥିଲେ । ପରେ ଏହାକୁ ରାଜସ୍ଥାନର ଯୋଧପୁରରେ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ପରେ ଉଭୟଙ୍କ ପରିବାର ଲୋକେ ଏହାକୁ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ମୁମ୍ବାଇରେ କରିବାକୁ ସ୍ଥିର କରିଥିଲେ । କିନ୍ତୁ କୋରନା ଯୋଗୁ ସେମାନଙ୍କ ବାହାଘରକୁ ଘୁଞ୍ଚାଇ ଦିଆଯାଇଛି ।
ରିଚା ଚଢ଼ା ଓ ଅଲୀ ଫଜଲ ଏପ୍ରିଲ୍ ମାସରେ ବାହା ହେବାକୁ ସ୍ଥିର କରିଥିଲେ ।

ସୂଚନା ଅନୁଯାୟୀ କୋରନା ଯୋଗୁ ଦୁହେଁ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି । ସେମାନଙ୍କ ବାହାଘରରେ ଆମେରିକା ଓ ଲଣ୍ଡନରୁ କିଛି ବନ୍ଧୁ ଯୋଗ ଦେବେ। ବର୍ତ୍ତମାନ ପରିସ୍ଥିତିରେ ଏହା ଆଦୌ ସମ୍ଭବପର ନଥିବାରୁ ସେମାନେ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି । କିନ୍ତୁ ନିର୍ଦ୍ଦିଷ୍ଟ କେଉଁ ମାସରେ ବାହା ହେବେ, ସେ ନେଇ କିଛି ସୂଚନା ଦେଇ ନାହାନ୍ତି ।

Comments are closed.