ଝିଅ ସହିତ ପ୍ରଥମ ଥର ପାଇଁ ଟିକଟକ୍ ଭିଡିଓ କଲେ ଜନି ଲିଭର

ମୁମ୍ବାଇ : ଆଜି କାଲି ଟିକ୍ଟକ୍ ଭିଡିଓ ସମସ୍ତଙ୍କୁ ବାୟା କରିଛି । ଟିକ୍ଟକ୍ ରେ ଭାଇରାଲ ହେବା ପାଇଁ କିଏ କେତେ ପ୍ରକାର ଭିଡିଓ ପ୍ରସ୍ତୁତ କରିଥାନ୍ତି । ଟିକ୍ ଟକ୍ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡର ସେଲିବ୍ରେଟିଙ୍କ ପର୍ଯ୍ୟନ୍ତ ବହଁଞ୍ଚି ସାରିଛି ।
ମାନ୍ୟତା ପ୍ରାପ୍ତ କମେଡିଆନ ଅଭିନେତା ଜନି ଲିଭର ନିଜ ଝିଅ ଜେମୀ ଲିଭରଙ୍କ ସହ ଟିକଟକ୍ରେ ଏକ ଭିଡିଓ କରିଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହି ଭିଡିଓରେ କୌଣସି ହାସ୍ୟ ଅଭିନୟ ନୁହେଁ ବରଂ କରୋନା ଭାଇରସ ସଚେତନ ପାଇଁ ଟିକଟକ୍ରେ ଏକ ଭିଡିଓ କରିଛନ୍ତି । ଜେମୀ ପୋଷ୍ଟ କରିଥିବା ଏହି ଭିଡିଓରେ ୨୦୦୨ ମସିହାର ସିନେମା ‘ଆଓ୍ଵାରା ପାଗଲ ଦିଓ୍ଵାନା’ରେ ଏକ କମେଡି ସିନ୍ ଦେଖିବାକୁ ମିଳିଛି ।
ଅଭିନେତା ଜନି ଲିଭର ଟ୍ଵିଟରରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୋ ଝିଅ ମୋ ପାଇଁ ଏହା କରିଛି, ଏବଂ ମୁଁ ଏହା ଆପଣଙ୍କ ପାଇଁ କରିଛି ବାପୁ। ‘
ଭିଡିଓ ପୋଷ୍ଟ କରିବା ପରେ ପରେସ ଏହି ଭିଡିଓରେ କହିଛନ୍ତି, ”ହାଏ ଏଚଏଏ ଏଚଏ ଏଚଏ . ଧନ୍ୟବାଦ ଜନି ଭାଇ, ଆପଣ ଯେପରି ମୋର ପସନ୍ଦ ଏବଂ ସବୁଠାରୁ ଭଲ ମଣିଷଙ୍କ ଠାରୁ ଜଣେ, ଯାହାଙ୍କୁ ଜାଣିଛି। ଜେମୀ ଖୁସି ଏବଂ ଆନନ୍ଦର ଏକ ପ୍ରତିଭାଶାଳୀ ବଣ୍ଡଲ । ମୋର ସମ୍ବନ୍ଧ ଆପଣ ଦୁଇ ଜଣଙ୍କ ସହ ରହିଛି। ଭଗବାନ ସର୍ବଦା ଆପଣଙ୍କ ସାଥୀରେ ରୁହନ୍ତୁ ।