Odisha Link
Bridging the Missing Links in Odisha

କରୋନା ପାଇଁ ପ୍ଲାଟଫର୍ମ ଟିକେଟ ୫୦ ଟଙ୍କା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ଜନଗହଳି ନ କରିବାକୁ ସତର୍କତା ଜାରି କରାଯାଇଛି। ଏଥସହ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ କମାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଫଳରେ ରେଳ ଷ୍ଟେସନଗୁଡ଼ିକରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କା କରାଯାଇଛି। ଏନେଇ ଆଜି ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳବାଇ ଅଧିନରେ ଆସୁଥିବା ୫ଟି ପ୍ରମୁଖ ତଥା ଜନଗହଳିପୂର୍ଣ୍ଣ ଷ୍ଟେସନ ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁରରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ସେହିପରି ପୂର୍ବତଟ ରେଳପଥ ଅଧିନରେ ଆସୁଥିବା ବିଶାଖାପାଟଣା ଷ୍ଟେସନରେ ମଧ୍ୟ ଏହା ପୂର୍ବରୁ ଲାଗୁ ହୋଇସାରିଛି।

ସୂଚନାଯୋଗ୍ୟ; କରୋନା ସଂକଟ ଟଳିବା ପରେ ପ୍ଲାଟଫର୍ମ ଟିକେଟ ମୂଲ୍ୟ ପୂର୍ବ ଭଳି ୧୦ ଟଙ୍କାକୁ ଫେରିଯିବ ବୋଲି ଭାରତୀୟ ରେଳ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସାରାଦେଶରେ ଷ୍ଟେସନ ଓ ରେଳଗାଡ଼ି ଗୁଡ଼ିକରେ ପରିଚ୍ଛନ୍ନତା ଲାଗି ପଦକ୍ଷେପ ନିଆଯାଇଛି। ସେହିପରି ସାରାଦେଶରେ ବିଭିନ୍ନ ଟ୍ରେନକୁ ବାତିଲ କରାଯାଇଛି। ଗତକାଲି ପଶ୍ଚିମ ଓ କେନ୍ଦ୍ର ରେଳବାଇ ପକ୍ଷରୁ ମଧ୍ୟ ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

Comments are closed.