Odisha Link
Bridging the Missing Links in Odisha

ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ଓମାର ଅବଦୁଲ୍ଲାଙ୍କୁ ନେଇ କେନ୍ଦ୍ର ସରକାର ଓ ଜମ୍ମୁ କଶ୍ମୀର ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ ଆସନ୍ତା ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ଓ ଜମ୍ମୁ କଶ୍ମୀର ପ୍ରଶାସନକୁ କହିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ କେନ୍ଦ୍ର ସରକାର ଓ ଜମ୍ମୁ କଶ୍ମୀର ପ୍ରଶାସନକୁ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଗତବର୍ଷ ଅଗଷ୍ଟରୁ ଗୃହବନ୍ଦୀ ଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବାକୁ ଯଦି ଚାହୁଁଛ ତା’ହେଲେ ଶୀଘ୍ର ଛାଡ଼।

ଆଜି ଜଷ୍ଟିସ ଅରୁଣ ମିଶ୍ର ଏବଂ ଏମଆର ଶାହାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖିଛି ପ୍ରଶାସନ। ନିକଟରେ ସରକାର ପିଏସଏ ଆକ୍ଟ ମଧ୍ୟ ଲାଗୁ କରିଛନ୍ତି। ସରକାରଙ୍କ ଏହି ଆକ୍ଟକୁ ଚ୍ୟାଲେଞ୍ଜ କରି ଓମାର ଅବଦୁଲ୍ଲାଙ୍କ ଭଉଣୀ ତଥା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସ୍ତ୍ରୀ ସାରା ଅବଦୁଲ୍ଲା ପାଇଲଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଓମାରଙ୍କ ବ୍ୟତୀତ ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ମଧ୍ୟ କୋର୍ଟ ପିଏସଏ ଲାଗୁ କରିଛନ୍ତି। ସେ ମଧ୍ୟ ଗୃହବନ୍ଦୀ ହୋଇ ରହିଛନ୍ତି।

Comments are closed.