Odisha Link
Bridging the Missing Links in Odisha

କରୋନା: ବିଦେଶରେ ୨୭୬ ଭାରତୀୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବୃଦ୍ଧି ପାଉଛି। ଏଥିସହିତ ବିଦେଶରେ ମଧ୍ୟ ଭାରତୀୟ ନାଗରିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଦେଶରେ ୨୭୬ ଭାରତୀୟ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ସରକାର।

ଇରାନରରେ ସର୍ବାଧିକ ୨୫୫ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୟୁଏଇରେ ୧୨ ଜଣ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଇଟାଲୀରେ ୫ ଓ ହଂକଂ, କୁଏତ , ଶ୍ରୀଲଙ୍କା. ରୁଆଣ୍ଡାରେ ଜଣେ ଲେଖାଏଁ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଆଜି ଲୋକସଭାରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

Comments are closed.