Odisha Link
Bridging the Missing Links in Odisha

କରୋନା ଭୟରେ ଘରେ ରହି ଗାଜର ହାଲଓ୍ବା ଖାଉଛନ୍ତି ବେବୋ

ମୁମ୍ବାଇ : ଚୀନ୍‌ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି । ତେଣୁ ବିଦେଶକୁ ଯାତାୟତ ପାଇଁ କଟକଣା କରାଯାଇଛି ।

ଏହାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ସିନେମା ଶୁଟିଂ ବନ୍ଦ ହୋଇଯାଇଛି । ସେଲିବ୍ରେଟିମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ଅଭିନେତ୍ରୀ କରୀନା କପୁର ଆଉ ବାହାରକୁ ନ ବାହାରି ଘରେ ଆରାମ କରୁଛନ୍ତି। ଘରେ ସେ ନିଜ ମନ ପସନ୍ଦର ଖାଦ୍ୟ ଖାଇ ସମୟ ବିତାଉଛନ୍ତି ।

ନିକଟରେ ଗାଜର ହାଲଓ୍ବା ଖାଉଥିବାର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ମିଠା ଆପଣଙ୍କ ପେଟକୁ ନୁହେଁ ହୃଦୟକୁ ଛୁଇଁବ ।

Comments are closed.