Odisha Link
Bridging the Missing Links in Odisha

କରୋନା: ଓପିଏସସି ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: କରୋନା ପାଇଁ ଓପିଏସସି ପରୀକ୍ଷା ସ୍ଥଗିତ। ଓପିଏସସିର ଉଭୟ ଲିଖିତ ଓ ମୌଖିକ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଓପିଏସସି ପରୀକ୍ଷା ସ୍ଥଗିତ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଓପିଏସସି କାର୍ଯ୍ୟାଳୟ ସୂତ୍ରରୁ ବୁଧବାର ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହା କୁହାଯାଇଛି।

ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଟେକ୍‌ନିକାଲ୍‌ ଓ ପ୍ରଫେସ୍‌ନାଲ୍‌ ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର ଓ ବ୍ୟାକ୍‌ ପେପର୍‌ ପରୀକ୍ଷାକୁ ଛାଡ଼ି ସବୁ ପରୀକ୍ଷା ବାତିଲ୍ କରାଯାଇଛି। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଯାଇଛି।

ଯେଉଁ ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀ ପରୀକ୍ଷା କିମ୍ବା ଖାତାଦେଖାରେ ସାମିଲ ନାହାନ୍ତି ସେମାନେ ଆସିବା ଦରକାର ନାହିଁ। କିନ୍ତୁ ସେମାନେ ଘରେ ରହି ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥସହ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଏଥିପାଇଁ ସତର୍କ ରହିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ଥଣ୍ଡା, କାଶ କିମ୍ବା ଜ୍ୱରରେ ପୀଡିତ ହୁଅନ୍ତି, ତେବେ ତାଙ୍କୁ ଅନ୍ୟମାନଙ୍କଠାରୁ ସର୍ବନିମ୍ନ ଏକ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଚେକିଂ ସରିଲା ପରେ ଅଧ୍ୟାପକ ଓ ଅଧ୍ୟାପିକମାନେ ସାନିଟାଇଜର କିମ୍ବା ହ୍ୟାଣ୍ଡୱାଶ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.