Odisha Link
Bridging the Missing Links in Odisha

ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ବନ୍ଦରେ ଗଲେ ରାଜ୍ୟସଭା

ଭୁବନେଶ୍ୱର: ରାଜ୍ୟସଭା ଗଲେ ବିଜୁ ଜନତା ଦଳର ୪ ରାଜ୍ୟସଭା ପ୍ରାର୍ଥୀ। ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୪ ପ୍ରାର୍ଥୀ ମୁନ୍ନା ଖାଁ, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ସିଂ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ରିଟର୍ଣ୍ଣିଂ ଅଫିସର ୪ ଜଣଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି।

ଏଥିସହିତ ଓଡ଼ିଶା ବିଧାନସଭା ସଚିବ ତଥା ରିଟର୍ଣ୍ଣିଙ୍ଗ ଅଫିସର ଦାଶରଥି ଶତପଥୀ ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖରେ ଏହା ଘୋଷଣା କରିଛନ୍ତି। ସେହିପରି ଚାରିଜଣ ସ୍ୱାଧୀନ ପ୍ରାର୍ଥୀ – ଗଣେଶ ମିଶ୍ର, ମମତା ସାମନ୍ତରାୟ, ଏଲ୍ ପି ସିଂ ଏବଂ ବି ହେମ୍ବ୍ରମଙ୍କ ନାମାଙ୍କନପତ୍ରକୁ ବୈଧ କରିବା ପାଇଁ ୧୦ ଜଣ ପ୍ରସ୍ତାବକଙ୍କ ଅଭାବ ରହିଥିଲା।

ଚଳିତ ରାଜ୍ୟସଭା ମତଦାନରେ ନିର୍ବାଚନ ଆବଶ୍ୟକ ପଡିନାହିଁ। କାରଣ, ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇ ନ ଥିଲେ। ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ। ସେହିପରି କଂଗ୍ରେସ

Comments are closed.